ସିଦ୍ଧୁଙ୍କୁ ପୋଷ୍ଟର ମାଧ୍ୟମରେ ଜନତା ପଚାରିଲେ ପ୍ରଶ୍ନ ! କହିଲେ , ରାହୁଲ୍ ତ ଅମେଠିରୁ ହାରିଗଲେ ଏବେ ଆପଣ କେବେ ରାଜନୀତି ଛାଡିବେ ସିଦ୍ଧୁ ଜୀ ?

ସିଦ୍ଧୁଙ୍କୁ ପୋଷ୍ଟର ମାଧ୍ୟମରେ ଜନତା ପଚାରିଲେ ପ୍ରଶ୍ନ ! କହିଲେ , ରାହୁଲ୍ ତ ଅମେଠିରୁ ହାରିଗଲେ ଏବେ ଆପଣ କେବେ ରାଜନୀତି ଛାଡିବେ ସିଦ୍ଧୁ ଜୀ ?

କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କ ଉପରକୁ ଟାର୍ଗେଟ୍ କରି ପଞ୍ଜାବର ଲୁଧିୟାନାରେ ପୋଷ୍ଟର ଲଗାଯାଇଛି । ପଖୋୱାଲ୍ ରୋଡ୍ ରେ ଲାଗିଥିବା ଏହି ପୋଷ୍ଟରରେ ସିଦ୍ଧୁଙ୍କ ରାଜନୀତି ଛାଡିବାକୁ ନେଇ ପ୍ରଶ୍ନ ଉଠାଯାଇଛି । ପୋଷ୍ଟରରେ ଲେଖାହୋଇଛି , “ରାହୁଲ ଗାନ୍ଧି ଅମେଠିରୁ ହାରିଗଲେ ସିଦ୍ଧୁ ଜୀ , ଆପଣ କେବେ ରାଜନୀତି ଛାଡିବେ ?” କାରଣ ସିଦ୍ଧୁ ନିର୍ବାଚନ ସମୟରେ କହିଥିଲେ ଯେ ଯଦି ରାହୁଲ ଗାନ୍ଧି ଅମେଠିରୁ ହାରିଯିବେ ତେବେ ସେ ରାଜନୀତି ଛାଡିଦେବେ । ଅନ୍ୟପକ୍ଷରେ ରାହୁଲ ଗାନ୍ଧି ଅମେଠିରେ ବିଜେପି ନେତା ସ୍ମୃତି ଇରାନୀଙ୍କଠାରୁ ୫୫,୧୨୦ ଭୋଟ୍ ରେ ନିର୍ବାଚନ ହାରିଥିଲେ ।

ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ମୋହାଲୀରେ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ନେଇ ପୋଷ୍ଟର ଲାଗିଥିଲା । କିଏ ଜାଣିଥିଲା ଯେ କଂଗ୍ରେସର ସବୁଠାରୁ ବଳିଷ୍ଠ ଗଡ଼ କୁହାଯାଉଥିôବା ଅମେଠିରେ ମୋଦି ଲେହର ଆଗରେ ଫିକା ପଡିବ ଗାନ୍ଧି ପରିବାରର ଦବଦବା । ସିଦ୍ଧୁଙ୍କ ରାହୁଲଙ୍କୁ ନେଇ କହିଥିôବା କଥା ଉପରେ ହିଁ ମୋହାଲୀରେ ପୋଷ୍ଟର ଲଗାଯାଇଥିଲା । ଇଂରାଜୀ ଏବଂ ପଞ୍ଜାବୀରେ ଲଗାଯାଇଥିôବା ଏହି ପୋଷ୍ଟରରେ ଲେଖାହୋଇଥିଲା “ଆପଣ ରାଜନୀତି କେବେ ଛାଡିବେ ନବଜୋତ ସିଂହ ସିଦ୍ଧୁ ? ସମୟ ଆସିଯାଇଛି ଆପଣ ନିଜ କଥା ରଖନ୍ତୁ , ଆମେ ଆପଣଙ୍କ ଇସ୍ତଫାର ପ୍ରତୀକ୍ଷା କରୁଛୁ ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe