ବଢୁଛି ପଞ୍ଜାବ ବିଜୁଳି କାଟର ରାଜନୈତିକ ତାତି । ପାୱାରକଟ୍ ନେଇ ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ମୀ, କଂଗ୍ରେସ ସରକାର ବିରୋଧରେ ନାରା ଦେଲେ ଅକାଳୀ ଦଳ ।

81

କନକ ବ୍ୟୁରୋ : ଅସହ୍ୟ ତାତି ଭିତରେ ମୁଣ୍ଡବିନ୍ଧା ସାଜିଝି ପାୱାର କଟ୍ । ଦୀର୍ଘଘଣ୍ଟା ଧରି ବିଜୁଳି କାଟକୁ ନେଇ ପଞ୍ଜାବ ରାଜନୀତିରେ ଦେଖାଗଲାଣି ତାତି । ବିଜେପି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛି । ରାଜ୍ୟ ସରକାର ବିରୋଧରେ ବିଜୁଳି କାଟକୁ ନେଇ ନାରାବାଜି କରିଛି ରାଜ୍ୟ ବିଜେପି ।

ପଂଜାବରେ ଲଗାତାର ହେଉଥିବା ବିଜୁଳି କାଟ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଶିରୋମଣି ଅକାଳୀ ଦଳ । ଆଜି ଶତାଧିକ ସଂଖ୍ୟକ ସ୍ୟାଡ କର୍ମୀ ଓ ସଦସ୍ୟ ଏକାଠି ମିଶି ପ୍ରତିବାଦ କରିଛନ୍ତି ।

Comments are closed.