ପଞ୍ଜାବ ପୁଲିସକୁ ବଡ଼ ସଫଳତା । ଭାରତ-ପାକିସ୍ତାନ ନିକଟରୁ ସାଢେ ୩ କିଲୋ ଆରଡିଏକ୍ସ ଜବତ କଲା ପୁଲିସ୍ । ପଞ୍ଜାବକୁ ଦୋହଲାଇବା ପାଇଁ ହୋଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର 

99

ଭାରତ-ପାକିସ୍ତାନ ନିକଟ ଜିଲ୍ଲା ତରନତାରନରେ ସାଢେ ୩ କିଲୋଗ୍ରାମ୍ ଆରଡିଏକ୍ସକୁ ଜବତ କଲା ପୁଲିସ । ଏକ ପରିତ୍ୟକ୍ତ ଘରୁ ଆରଡିଏକ୍ସକୁ ଜବତ କରାଯାଇଥିବା ସୂଚନା ଦେଲେ ପୁୁଲିସ ପ୍ରମୁଖ ରଞ୍ଜିତ୍ ସିଂହ । କୁହାଯାଉଛି ଯେ , ଏହି ଆରଡିଏକ୍ସ ମାଧ୍ୟମରେ ପଞ୍ଜାବକୁ ଦୋହଲାଇବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଥିଲା । କରନାଲରେ ଧରା ପଡ଼ିଥିବା ୪ ଜଣ ଆତଙ୍କବାଦୀଙ୍କ ସହ ଏହି ଆରଡିଏକ୍ସର ସମ୍ବନ୍ଧ ରହିଥିôବା ସୂଚନା ମିଳୁଛି । ଶତ୍ରୁ ଦେଶ ପାକିସ୍ତାନ ଏବେ ତରନତାରନକୁ ଦେଶ ବିରୋଧୀ ଗତିବିଧି ପାଇଁ ବ୍ୟବହାର କରୁଛି । ଆଇଏସଆଇ ମାଧ୍ୟମରେ ସେଠାକାର ଯୁବକଙ୍କୁ ଆତଙ୍କବାଦୀ ହେବା ପାଇଁ ଟ୍ରେନିଂ ଦିଆଯାଉଥିବା ଖବର ମଧ୍ୟ ଆସିଛି । ଏହିଠାରୁ କିଛି ଦିନ ତଳେ ଅନେକ ଆତଙ୍କବାଦୀଙ୍କୁ ପୁଲିସ ଗିରଫ କରିଥିଲା । ପଚରାଉଚରା ବେଳେ ବଡ଼ଧରଣର ଷଡ଼ଯନ୍ତ୍ର ଫସର ଫାଟିବା ଭଳି ସୂଚନା ଆସିଥିଲା । ସୂତ୍ର ଅନୁସାରେ , ଏହି ଆରଡିଏକ୍ସ ମଧ୍ୟ ଡ୍ରୋନ୍ ମାଧ୍ୟମରେ ଭାରତ ପଠାଯାଇଥିଲା । ତେବେ ଏହି ଘଟଣା ପରେ ପୁଲିସ ସଜାଗ ହୋଇରହିଛି ।