ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ଗୃହବନ୍ଦୀ କଲା ପୋଲିସ । ଚନ୍ନୀ କହିଲେ, ପଞ୍ଜାବରେ ଜରୁରୀକାଳୀନ ପରିସ୍ଥିତି

176

କନକ ବ୍ୟୁରୋ : କଂଗ୍ରେସର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି   । ଏହି ଭିଡିଓରେ ସେ ଅଭିଯୋଗ କରିଛନ୍ତି କି ପୋଲିସ ତାଙ୍କୁ ସେଙ୍ଗରୁର ଯିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହାପରେ ମୋରିଣ୍ଡା ବାସଭବନରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ସଂଗରୁରରେ ଭାନା ସିଦ୍ଧୁଙ୍କୁ ଜେଲରୁ ମୁକୁଳାଯିବା ବିରୋଧରେ ଚାଲିଥିବା ଧାରଣାରେ ସାମିଲ ହେବାକୁ ଚନ୍ନୀ ସେଠାକୁ ଯାଉଥିଲେ ।

ସୂଚନା ମୁତାବକ ବ୍ଲଗର ଭାନା ସିଦ୍ଧୁଙ୍କୁ ଜେଲରୁ ଛାଡିଦେବା ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନରେ ସାମିଲ ହେବାକୁ ଚନ୍ନୀ ସଂଗରୁର ଯାଉଥିଲେ । ସେପଟେ କୃଷକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସଂଗରୁର ଠାରେ ଥିବା ବାସଭବନ ଆଗରେ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲା । ହେଲେ ସେଠାରେ ଚନ୍ନୀ ପହଂଚିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଇଥିଲା ।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚନ୍ନୀ କହିଛନ୍ତି କି, ଭଗୱନ୍ତ ମାନ୍ ସରକାର ପଞ୍ଜାବରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି । ଜଣେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସହ ପୋଲିସ ଯେତେବେଳେ ଏଭଳି ବ୍ୟବହାର କରୁଛି ସେତେବେଳେ ସାଧାରଣ ଲୋକ କିଭଳି ଭାବେ ପୋଲିସ ଆକ୍ରୋଶରେ ଶିକାର ହେଉଥିବେ ତାହା ଜାଣିବା ବାକି ନାହିଁ    ।