ପଂଜାବ ପୁଲିସ ଗୁଇନ୍ଦା ମୁଖ୍ୟାଳୟ ଉପରକୁ ଗ୍ରେନେଡ ହମଲା: ପଂଜାବକୁ ବଦନାମ କରିବାପାଇଁ ଷଡଯନ୍ତ୍ରର ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ

182

କନକ ବ୍ୟୁରୋ: ପଂଜାବ ମୋହାଲିରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମୋହାଲିରେ ଥିବା ପଂଜାବ ପୁଲିସର ଇଂଟେଲିଜେନ୍ସ ମୁଖ୍ୟାଳୟ ଉପରକୁ ଗ୍ରେନେଡ ମାଡ ହୋଇଛି୍ । ଏହି ଘଟଣା ଏବେ ରାଜ୍ୟରେ ଉତେଜନା ସୃଷ୍ଟି କରିଛି । ସୋମବାର ରାତିରେ ୨ଜଣ ଦୁବୁର୍ତ କାରରେ ଆସି ରକେଟ ଚାଳିତ ଗ୍ରେନେଡ ମାଡ କରି ଫେରାର ହୋଇଥିବା ଜଣାପଡିଛି । ଇଂଟେଲିଜେଂସ ଅଫିସ କାର୍ଯ୍ୟାଳୟରୁ ୮୦ମିଟର ଦୂରରେ ରହି ଅଫିସ ଉପରକୁ ରକେଟ ଚାଳିତ ଗ୍ରେନେଡରେ ଆକ୍ରମଣ କରିଥିଲେ ଦୁର୍ବୁତ । ଅଫିସ ଉପରକୁ ଗ୍ରେନେଡମାଡ ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ଘଟଣାକୁ ନେଇ ରାଜନୈତିକ ବୟାନ ବାଜି ବଢିବାରେ ଲାଗିଛ । ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଦରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟୁଇଟ କରି କହିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସେପଟେ ପଂଜାବରେ ଶାନ୍ତି ଭଙ୍ଗ କରିବାକୁ ଏଭଳି ଘଟଣାକୁ ଅଂଜାମ ଦିଆଯାଉଛି ।

ସମ୍ପୁର୍ଣ୍ଣ ଘଟଣା ପାଇଁ ଶିଖ ଫର ଜଷ୍ଟିସ ସଂଗଠନର ନେତା ନିଜକୁ ଦାୟୀ କରିଛନ୍ତି । ଘଟଣା ପରେ ସାରା ରାଜ୍ୟକୁ ହାଇଆର୍ଲଟରେ ରଖାଯାଇଛି । ଘଟଣା ସମ୍ବନ୍ଧରେ ପଂଜାବ ପୁଲିସକୁ ବିସ୍ତୁତ ରିର୍ପୋଟ ମାଗିଛନ୍ତି ରାଜ୍ୟ ସରକାର ।