କନକ ବ୍ୟୁରୋ : ଲୁଧିଆନାର ପ୍ରତିଷ୍ଠିତ ହୋଟେଲ ପାର୍କ ପ୍ଲାଜାରେ ନିର୍ମିତ ହୋଇଥିବା ଜିମ୍ ଭିତରେ କସରତ କରିବା ପାଇଁ ଆସିଥିବା ଡିଏସପି ମଲେରକୋଟଲାଙ୍କର ହୃତଘାତରେ ମୃତ୍ୟୁ ଘଟିଛି । ଡିଏସପି ମଲେରକୋଟଲା ଦିଲପ୍ରୀତ ସିଂ କିଛି ସମୟ ପୂର୍ବରୁ ଲୁଧିଆନାରୁ ସ୍ଥାନାନ୍ତର କରାଯାଇଥିଲା ଖାନୋରୀ ସୀମାକୁ ।
୧୯୯୨ ରେ ଏଏସଆଇ ଭାବରେ ନିଯୁକ୍ତି ଦିଲପ୍ରୀତ ସିଂ ମଧ୍ୟ ଜାତୀୟ ସ୍ତରରେ ସନ୍ତରଣକାରୀ ଭାବରେ ସୁନାମ ଅର୍ଜନ କରିଥିଲେ । କୁହାଯାଏ ଯେ ସେ କେବଳ କ୍ରୀଡା କୋଟାରେ ଚାକିରି ପାଇଥିଲେ । ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ଡିଏମସି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିଏସପି ଦିଲପ୍ରୀତଙ୍କ ମୃତ୍ୟୁ ପରେ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ଡିଜିପି ଗୌରବ ଯାଦବ ସୋସିଆ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
‘ଗତକାଲି ଆମେ, ଆମର ସାହାସୀ ଡିଏସପି ଦିଲପ୍ରୀତ ସିଂଙ୍କୁ ହରାଇଥିଲୁ ଯିଏ ଖାନୋରୀ ସିମାର ସାଙ୍ଗୁର ଠାରେ ଡ୍ୟୁଟି କରୁଥିଲେ’
ସୂଚନାନୁସାରେ ଡିଏସପି ଦିଲପ୍ରୀତ ସିଂଙ୍କୁ ମଲେରକୋଟଲାରେ ପୋଷ୍ଟ କରାଯାଇଥିଲା । ତାଙ୍କ ଘର ଲୁଧିଆନା ପୋଲିସ ଲାଇନରେ ଥିଲା । ସେ ସବୁବେଳେ ତାଙ୍କ ଘରକୁ ଆସୁଥିଲେ ଲୁଧିଆନା । ଡିଏସପି ଜିମକୁ ବହୁତ ଭଲ ପାଇଥଲେ । ସେ ପାର୍କ ପ୍ଲାଜାର ଜିମକୁ କସରତ କରିବା ପାଇଁ ଯାଉଥିଲେ ଏବଂ କସରତ କରିବା ସମୟରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସେ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କ ସହକର୍ମୀମାନେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡିଏସପି ଦିଲପ୍ରୀତ ସିଂ ଅନେକ ବଡ ବଡ ମାମଲାର ସମାଧାନ କରିଛନ୍ତି ।