ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିଥିବା ଖଲିସ୍ତାନୀ ସମର୍ଥକଙ୍କ ପାସପୋର୍ଟ ହେବ ରଦ୍ଦ! ଦିଲ୍ଲୀ ପୋଲିସ ନିକଟରେ ପହଞ୍ଚିଲା ଅଭିଯୋଗ ।

137

କନକ ବ୍ୟୁରୋ: ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂହଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେରିକାର ୱାଶିଂଟନ ଡିସି ସହ ଅନ୍ୟ କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି । ବର୍ତ୍ତମାନ ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ ଦିଲ୍ଲୀ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି । ସେ ଆଇନ ଅନୁସାରେ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହା ସହ ସେମାନଙ୍କ ପାସପୋର୍ଟ ରଦ୍ଦ କରିବାକୁ ମଧ୍ୟ ଅପିଲ କରିଛନ୍ତି ।

ପୋଲିସ ନିକଟରେ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସିନ୍ଧୁ ଏବଂ ୱାଶିଂଟନ ଡିସି ଦୂତାବାସର କର୍ମଚାରୀଙ୍କୁ ଧମକ ଦିଆଯାଇଛି । ଖଲିସ୍ତାନୀ ସମର୍ଥକ ଏଠାରେ ଥିବା ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିଥିଲେ । କେବଳ ସେତିକି ନୁହେଁ ଜଣେ ଭାରତୀୟ ସାମ୍ବାଦିକଙ୍କୁ ଗାଳିଗୁଲଜ କରିଥିଲେ ।