ଯଦି କେବେ ଚୋର କି ଡକାୟତ ସାଧାରଣ ଲୋକଙ୍କ ହାବୁଡ଼ରେ ପଡ଼ିଯାଏ ତେବେ ତାର ଅବସ୍ତା ଖରାପ ହେଇଯାଇଥାଏ । ମୁହଁରେ ପିଠିରେ ଉତ୍ତମମଧ୍ୟମ ଦେଇ ସମସ୍ତେ ନିଜ ହାତ ଗରମ କରିଦିଅନ୍ତି କିନ୍ତୁ ଚୋରଙ୍କୁ ଫୁଲମାଳ ଦେଇ ସ୍ବାଗତ କରିବା କଥା ଆପଣ କେବେ ବି ଶୁଣିନଥିବେ ।

Advertisment

ଏପରି ଘଟଣା ଘଟିଛି ପଞ୍ଜାବ, ପଟିଆଲା ଜିଲ୍ଲାର ବ୍ରାହ୍ମଣ ଗାଁରେ । ଏକ ବାଇକ୍ ଏବଂ କିଛି ଲୁହାସାମଗ୍ରୀ ଚୋରୀ କରୁଥିବାବେଳେ ଗ୍ରାମବାସୀ ଜଣେ ଚୋରକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ତାର ସାଥି ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିଲା । ଚୋରକୁ ଧରିବା ପରେ ଗ୍ରାମବାସୀମାନେ ତାକୁ ମାଡ଼ ମାରିବା ପରିବର୍ତ୍ତେ ଫୁଲହାର ଏବଂ କରତାଳି ଦେଇ ସ୍ବାଗତ କରିଥିଲେ । ଏପରି କରିବାର କାରଣରେ ସେମାନେ କୁହନ୍ତି ଏକରେ ତ ପୋଲିସ ତା କର୍ତ୍ତବ୍ୟ ଠିକରେ କରୁନି । ଯଦି ଆମେ ଚୋରଙ୍କୁ ଧରି ଟିକେ ମାରଧର କରୁ ତେବେ ପୋଲିସ ଆମକୁ ହଇରାଣ କରୁଛି ତେଣୁ ଆମେ ଏମିତି କରିବାକୁ ବାଧ୍ୟ ହେଲୁ ।