ଲଣ୍ଡନରେ ଲୁଚିଛନ୍ତି ନିରବ ମୋଦି । ବଞ୍ଚୁଛନ୍ତି ବିନ୍ଦାସ, ବୁଲୁଛନ୍ତି ଖୁଲମଖୁଲ୍ଲା

ପଶ୍ଚିମ ଲଣ୍ଡନରେ ବୁଲୁଥିବା ବେଳେ ରିପୋର୍ଟରଙ୍କ ନଜରରେ ପଡିଲେ ଠକ ସର୍ଦ୍ଦାର

68

କନକ ବ୍ୟୁରୋ: କ୍ୟାମେରାରେ କଏଦ ହେଲା ୧୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରିଥିବା ପଳାତକ ହୀରା ବ୍ୟବସାୟୀ । ଯେଉଁ ନୀରବ ମୋଦୀଙ୍କୁ ଖୋଜି ପାଉନିି ଭାରତୀୟ ଯାଂଚ ଏଜେନ୍ସି, ସେ ଏବେ ବେଶ ବଦଳାଇ ଲଣ୍ଡନରେ ବିନ୍ଦାସରେ ବୁଲୁଛି । କେବଳ ଲଣ୍ଡନରେ ବିନ୍ଦାସରେ ବୁଲୁନି, ସେଠାରେ ସେ ନିଜର ନୂଆ ବେପାର ବି ଜମେଇ ସାରିଲାଣି । ପଶ୍ଚିମ ଲଣ୍ଡନର ଅକ୍ସଫୋର୍ଡ ଷ୍ଟ୍ରିଟ୍ ପାଖରେ ରହିଛି ନିରଭ ମୋଦୀର ନୂଆ ଫ୍ଲାଟ୍ । ଘରୁ ଅଫିସକୁ ଯାଉଥିବା ବେଳେ ତାଙ୍କୁ ଠାବ କରିଥିଲେ ଇଂରାଜୀ ଖବର କାଗଜ ଟେଲିଗ୍ରାଫର ସାମ୍ୱାଦିକ । ପଢନ୍ତୁ ଲଣ୍ଡନରେ କେମିତି ରହୁଛି ନିରଭ ମୋଦି ।

ଏହି ଚିତ୍ରରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏବେ ଲଣ୍ଡନରେ ଅଛନ୍ତି ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି  । ମୁହଁରୁ ଚମକ ହଜିଗଲାଣି, କିନ୍ତୁ ବିନ୍ଦାସ ବଂଚିବା ଇଚ୍ଛା ଏବେ ବି କମ୍ ହୋଇନି  । ନୀରବଙ୍କୁୁ ରାସ୍ତାରେ ବୁଲୁଥିବା ଦେଖିବା ପରେ ଜଣେ ସାମ୍ବାଦିକ ତାଙ୍କୁ କ୍ୟାମେରାରେ କଏଦ୍ କରିଥିଲେ ଓ କିଛି ପ୍ରଶ୍ନ ବି ପଚାରିଥିଲେ । ତେବେ ଲଣ୍ଡନରେ ବିନ୍ଦାସ ବୁଲୁଥିବା ନିରବ ମୋଦି କେବଳ ନୋ କମେଂଟ କହି ସବୁ ପ୍ରଶ୍ନକୁ ଏଡାଇ ଯାଇଥିଲେ  । କୁହାଯାଉଛି ଲଣ୍ଡନରେ ନିଜ ଘରେ ନିରବ ମୋଦି ଏବେ ହୀରା ହୋଲ୍ ସେଲ୍ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି  । ଅନ୍ୟପଟେ ତାଙ୍କ ଭାରତ ପ୍ରତ୍ୟର୍ପଣ ପାଇଁ ବିଦେଶ ମନ୍ତ୍ରାଳୟ ବ୍ରିଟିଶ ସରକାରଙ୍କୁ ଜଣାଇଥିବା କୁହାଯାଇଛି  ।

ନିରବ ମୋଦିଙ୍କ ବିନ୍ଦାସ ଜୀବନ

– ପଶ୍ଚିମ ଲଣ୍ଡନର ଟୋଟେନହମ୍ ରୋଡ୍ ନିକଟରେ ୬୩ କୋଟି ଟଙ୍କାର ଆଲିସାନ୍ ବଙ୍ଗଳାରେ ରହୁଛନ୍ତି ନିରବ ମୋଦି  ।

– ଟୋଟେନହମ୍ ରୋଡ୍ ନିକଟ ସୋହୋ ସିଟିରେ ଚାଲିଛି ନିରବ ମୋଦିଙ୍କର ହୋଲସେଲିଂ ଓ ରିଟେଲିଂ  ହୀରା ବ୍ୟବସାୟ  ।

– ଗତକାଲି ନିରବ ମୋଦିଙ୍କର ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରୁ ୯୦ କିଲୋମିଟର ଦୁରରେ ଥିବା ଏକ ବିଳାସପୂର୍ଣ୍ଣ ବଙ୍ଗଳାକୁ ଭଂଗାଯାଇଥିଲା  ।

– ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ପାଖାପାଖି ୧୩ ହଜାର ୫୦୦ କୋଟି ଟଙ୍କା ନେଇ ଫେରାର୍ ଅଛନ୍ତି ନିରବ ମୋଦି  ।

ତେବେ ବେଲଜିୟମରେ ଜନ୍ମିତ ନୀରବ ୧୯ ବର୍ଷ ବୟସରେ ଆମେରିକା ହ୍ୱାର୍ଟନରେ ପଢ଼ା ଅଧାରୁ ଛାଡ଼ି ଭାରତ ଚାଲିଆସନ୍ତି ଓ ଦାଦାଙ୍କ ନିର୍ଦ୍ଦେଶରେ ପାଦରଖନ୍ତି ବ୍ୟବସାୟରେ  । ୧୯୯୯ରେ ଫାୟାରଷ୍ଟାର୍ କମ୍ପାନୀ ପ୍ରତିଷ୍ଠା କରି ଆରମ୍ଭ କରନ୍ତି ସ୍ୱତନ୍ତ୍ର ବ୍ୟବସାୟ  । ତେବେ ୨୦୧୦ରେ ଦେଶ ବିଦେଶର ୧୬ଟି ସହରରେ ନିଜର ହୀରା ଦୋକାନ ଖୋଲନ୍ତି  । ଏହାପରେ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ବିପୁଳ ପରିମାଣର ଟଙ୍କା ନେଇ ନିରବ ମୋଦି ବିଦେଶ ଚାଲିଯାଇଥିଲେ ଓ ଏବେ ଅଛନ୍ତି ଲଣ୍ଡନରେ  ।