କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେବେ ରାହୁଲ-ରୋହିତ ବାହିନୀ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଢିବ ପଞ୍ଜାବ କିଙ୍ଗସ୍ । ତେବେ ଟସ୍ ଜିତି ଆଜି ପଞ୍ଜାବ କିଙ୍ଗସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ପଲଟନ୍ ।

Advertisment

ଏଯାବତ ଦୁଇ ଦଳ ନିଜର ୪ଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବାବେଳେ ମୁମ୍ବାଇ ସେ ଭିତରୁ ୨ଟିରେ ବିଜୟୀ ହୋଇସାରିଛି । ସେହିଭଳି ପଞ୍ଜାବ ମଧ୍ୟ ୪ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ତେଣୁ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଦୁଇ ଦଳ ଏହି ମ୍ୟାଚରେ ବିଜୟୀ ହେବା ସହିତ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ ।