କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗର ଟିମ୍ ପଞ୍ଜାବ କିଙ୍ଗସ ତରଫରୁ ମୁଖ୍ୟ କୋଚ ଅନିଲ କୁମ୍ବଲେଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ନୂଆ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଟିମ୍ ତରଫରୁ ଟ୍ରେବର ବେଲିସଙ୍କୁ ନୂଆ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଟ୍ରେବର ବେଲିସ ଇଂଲଣ୍ଡ କ୍ରିକେଟ ଟିମକୁ ୨୦୧୯ ରେ ବିଶ୍ୱକପ୍ ଜିତାଇଥିଲେ । ଅନିଲ କୁମ୍ବଲେ ପଞ୍ଜାବ କିଙ୍ଗସର କୋଚ ରହିଥିବା ବେଳେ ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ଫଳରେ ପଞ୍ଜାବ କିଙ୍ଗସ୍ ଅନିଲ କୁମ୍ବଲେଙ୍କ ସହ କରିଥିବା ଚୁକ୍ତିକୁ ନ ବଢାଇ ସମାପ୍ତ କରିଦେଇଛି ।

Advertisment

ସେପଟେ ପଞ୍ଜାବ କିଙ୍ଗସର ନୂଆ କୋଚ ଭାବେ ନିଯୁକ୍ତ ହେବା ପରେ ଟ୍ରେବର ବେଲସ କହିଛନ୍ତି କି ତାଙ୍କୁ ଏହି ପଦ ମିଳିବା ଏକ ସମ୍ମାନର କଥା । ଏହା ସହ ପଞ୍ଜାବକିଙ୍ଗସ୍ ସଫଳତା ପାଇବାକୁ ବ୍ୟାକୁଳ ଥିବା କଥଶ ସେ କହିଛନ୍ତି । ଟିମରେ ଥିବା ପ୍ରତିଭାଶାଳୀ ଖେଳାଳୀଙ୍କ ସହ କାମ କରିବାକୁ ଉତ୍ସୁକ ଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ଟ୍ରେବର ବେଲିସ ଜଣେ ଅନୁଭବି ପ୍ରଶିକ୍ଷକ । ସେ ୨୦୧୯ ରେ ୫୦ ଓଭର ଦିନିକିଆ ବିଶ୍ୱକପରେ ସେ ଇଂଲଣ୍ଡକୁ ବିଜେତା କରାଇଥିଲେ । ଏହାସହ ୨୦୧୨ ଓ ୨୦୧୪ ରେ ଟ୍ରେବର ବେଲିସ ଥିବା ବେଳେ କୋଲକତା ନାଇଟ ରାଇଡର୍ସ ଆଇପିଏଲ ଚମ୍ପିଆନ ହୋଇପାରିଥିଲା । ସେ ୨୦୨୦ ଓ ୨୦୨୧ ଆଇପିଏଲ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ଟିମର ମୁଖ୍ୟ କୋଚ ଭାବେ କାମ କରିଛନ୍ତି ।