ଫିଲିପାଇନ୍ସରେ ପଞ୍ଜାବ ଜଳନ୍ଧର ଦମ୍ପତିଙ୍କୁ ଗୁଳି କରି ହତ୍ୟା। ସାମ୍ନାକୁ ଆସିଲା ଛାତିଥରା ସିସିଟିଭି ଫୁଟେଜ୍।

366

କନକ ବ୍ୟୁରୋ: ଫିଲିପାଇନ୍ସର ରାଜଧାନୀ ମାନିଲାରେ ଚାଞ୍ଚଲ୍ୟ ଖେଳାଇଛି ପଞ୍ଜାବୀ ଦମ୍ପତିଙ୍କୁ ହତ୍ୟା । ଦମ୍ପତିଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି ମାରି ହତ୍ୟା କରିଛନ୍ତି । ବଡ଼ କଥା ହେଉଛି ହତ୍ୟାକାରୀ ଘରେ ପଶି ସୁଖବିନ୍ଦର ସିଂ ଓ ତାଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଗୁଳି କରିଛନ୍ତି । ମାର୍ଚ୍ଚ ୨୫ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସିସିଟିଭିରେ ଦେଖିବାକୁ ମିଳିଛି ଯେ ସୁଖବିନ୍ଦର ତାଙ୍କ ଘର ଅଗଣାରେ ବସି ମୋବାଇଲରେ କିଛି ଦେଖୁଥିଲେ । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ନିକଟରେ ଥିବା ଚେୟାରରେ ବସିଥିଲେ । ହଠାତ୍ ବ୍ୟକ୍ତି ଜଣକ ଚେୟାରରୁ ଉଠି ସୁଖବିନ୍ଦରଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ଚଳାଇଥିଲେ ।

ସୁଖବିନ୍ଦର ସେହିଠାରେ ହିଁ ଟଳି ପଡ଼ିଥିଲେ । ଏହା ପରେ ଅଜଣା ବ୍ୟକ୍ତି ଜଣକ ଘର ଭିତରକୁ ପ୍ରବେଶ କରିଥିଲେ । ବ୍ୟକ୍ତି ଜଣକ ରୋଷେଇ ଘରେ ଥିବା ସୁଖବିନ୍ଦରଙ୍କ ପତ୍ନୀଙ୍କୁ ମଧ୍ୟ ପଏଣ୍ଟ ବ୍ଳାଙ୍କରୁ ଗୁଳି ଚଳାଇଥିଲେ । ଉଭୟ ସୁଖବିନ୍ଦର ଓ କିରଣଦୀପଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସୁଖବିନ୍ଦର ୧୯ ବର୍ଷ ତଳେ ଫିଲିପାଇନ୍ସ ଆସିଥିଲେ ଏବଂ ରାଜଧାନୀ ମାନିଲାରେ ଫାଇନାନ୍ସ ବିଜନେସ୍ କରୁଥିଲେ । ତିନି ବର୍ଷ ତଳେ ସୁଖବିନ୍ଦର ଓ କିରଣଦୀପଙ୍କ ବିବାହ ହୋଇଥିଲା । ତେବେ ଦମ୍ପତିଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଜଣାପଡ଼ିଛି । ସ୍ଥାନୀୟ ପୋଲିସ ମାମଲାର ତଦନ୍ତ କରୁଛି ।