ପଞ୍ଜାବ କଂଗ୍ରେସର ଆଜି ଆରପାର ଲଢ଼େଇ : ନେତୃତ୍ୱ ପରିବର୍ତନ ପାଇଁ ୪୦ ବିଧାୟକଙ୍କ ଦାବି

ସଂଧ୍ୟାରେ ବୈଠକ ପୂର୍ବରୁ ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ କ୍ୟାପଟେନ ଅମରିନ୍ଦର, ଅପରାହ୍ଣରେ ସମର୍ଥକଙ୍କୁ ଧରି କରିବେ ବୈଠକ

89

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ଆଜି ଆରପାର ଲଢ଼େଇ । କାହାର ପଲା ଭାରି ତାକୁ ନେଇ ପୁଣି ଥରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜ୍ୟୋତ ସିନ୍ଧୁଙ୍କ ଭିତରେ ଆରମ୍ଭ ହୋଇଯାଇଛି ବଳ କଷାକଷି । କ୍ୟାପନେଟନ ଅମରିନ୍ଦର ସିଂଙ୍କ ବିରୋଧରେ ୪୦ ବିଧାୟକ ଏକାଠି ହୋଇ ସ୍ୱର ଉଠାଇବା ପରେ ପାର୍ଟି ପକ୍ଷରୁ ଆଜି ସନ୍ଧ୍ୟା ୫ଟାରେ ଦଳ ବୈଠକ ଡକାଯାଇଛି । ବିଧାୟକ ଦଳ ବୈଠକରେ ପଞ୍ଜାବ କଂଗ୍ରେସ ପଭାରୀ ହରିଶ ରାୱତ ଉପସ୍ଥିତ ରହିବ ।

ସେହିପରି ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ହରିଶ ଚୌଧୁରୀ ଉପସ୍ଥିତ ରହିବେ । ଅନ୍ୟପଟେ କ୍ୟାପଟେନ୍ ଅମରିନ୍ଦର ସିଂ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଏଭଳି ସ୍ଥିତିକୁ ବରଦାସ୍ତ କରିବା ସମ୍ଭବ ନୁହେଁ । ଏଥିସହ ଅପରାହ୍ନ ୨ଟାରେ କ୍ୟାପଟେନଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ନେଇ ଏକ ବୈଠକ ଡାକିଛନ୍ତି । କୁହାଯାଉଛି ଆଜି ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ କିଛି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇପାରେ । କ୍ୟାପଟେନଙ୍କ ସ୍ତାନରେ ସିଦ୍ଧୁ ହୋଇ ପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ । କିନ୍ତୁ ଦଳ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।