ନିର୍ବାଚନ ପୂର୍ବରୁ ଚନ୍ନି ସରକାରଙ୍କ ବଡ ଘୋଷଣା । ୩୬ ହଜାର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ବଢିଲା ଶ୍ରମିକଙ୍କ ମଜୁରୀ

162

କନକ ବ୍ୟୁରୋ : ୨୦୨୨ ରେ ପଞ୍ଜାବ ସମେତ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତସିଂ ଚନ୍ନି ଏବେଠାରୁ ନିର୍ବାଚନୀ କାର୍ଡ ଖେଳିବା ଆରମ୍ଭ କରିଛନ୍ତି । ଚନ୍ନି ସରକାରଙ୍କ ଘୋଷଣା ମୁତାବକ ରାଜ୍ୟରେ ୩୬ ହଜାର ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ରାଜ୍ୟର ଦୈନକ ମଜୁରୀଆଙ୍କ ମଜୁରୀ ବି ବୃଦ୍ଧି କରିଛନ୍ତି ଚନ୍ନି ସରକାର । ଏବେ ରାଜ୍ୟରେ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରୀ ୪୧୫.୧୯ ଟଙ୍କା ରଖାଯାଇଛି ।

ଏ ନେଇ ଆଜି (ମଙ୍ଗଳବାର) ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଚନ୍ନୀ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ନବଜୋତସିଂ ସିଦ୍ଧୁ ବି ଉପସ୍ଥିତ ଥିଲେ ।

ଅନ୍ୟପଟେ ବାଲିଘାଟ ନିଲାମକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଥିବାରୁ ଚନ୍ନି ସରକାର ନୂଆ ବାଲିଘାଟ ନିଲାମ ନୀତି ଲାଗୁ କରିଛନ୍ତି । ଏହି ନୂଆ ନିୟମ ନଭେମ୍ବର ୧୦ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ ।