ପଂଜାବ ସରକାରଙ୍କ ବଡ ନିଷ୍ପତ୍ତି : ୨ କିଲୋୱାଟ୍ ଯାଏଁ ବିଜୁଳି ବିଲ୍ ଛାଡ

278
କନକ ବ୍ୟୁରୋ: ପଂଜାବ ନବଗଠିତ ସରକାରଙ୍କ ବଡ ନିଷ୍ପତ୍ତି । ବକେୟା ବିଜୁଳି ବିଲ ଛାଡ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି । ୨ କିଲୋୱାଟ ଯାଏଁଁ ବିଜୁଳି ବିଲ୍ ଛାଡ କରିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ସାଧାରଣ ଲୋକଙ୍କର ଯାହା ସବୁ ସମସ୍ୟା ରହିଛି ତାକୁ ଯଥାଶିଘ୍ର ସମାଧାନ କରାଯିବାକୁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଚନ୍ନି ସରକାର ।  ବିଶେଷ କରି ବିଜୁଳି ବିଲକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ସମସ୍ୟା ରହିଛି ତା’ ଉପରେ ପ୍ରଥମେ ବିଚାର କରାଯିବାକୁ କୁହାଯାଇଛି । ଏହି କ୍ରମରେ ୨ କିଲୋୱାଟ୍ ଯାଏଁ ଯେଉଁ ୭୫ ପ୍ରତିଶତ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ ବିଲ ରହିଛି ତାକୁ ଛାଡ କରାଯିବ । ଏହାସହ ଯେଉଁ ୧ ଲକ୍ଷ ଉପଭୋକ୍ତାଙ୍କର  କନେକ୍ସନ୍ କାଟି ଦିଆଯାଇଛି ସେମାନଙ୍କ ଘରକୁ ପୁଣିଥରେ ବିଜୁଳି ଯୋଗାଇ ଦିଆଯିବ  । ଏହି ବକେୟା ବିଲ ସରକାର ଭରଣା କରିବେ । ଏଥିପାଇଁ ସରକାରଙ୍କ ଉପରେ ୧୨୦୦ କୋଟିର ଆର୍ଥିକ ବୋଝ ପଡିବ ବୋଲି ବୋଲି ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପଂଜାବରେ ଚାଲିଆସୁଥିବା ରାଜନୈତିକ ବିବାଦ ତୁଟିବାର ନାଁ ନେଉନି । କ୍ୟାପ୍ଟେନ୍ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏଠାରେ ରାଜନୈତିକ ଅଚଳାବସ୍ଥା ଲାଗିରହିଛି । ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ନବଜ୍ୟୋତ୍ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ତାଙ୍କୁ ମନେଇବାକୁ ଚେଷ୍ଟା ଚଳାଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଅଛନ୍ତି । ଆମ୍ ଆଦମୀ ପାର୍ଟି ପଞ୍ଜାବରେ ବିରୋଧୀଦଳ ଭୂମିକାରେ ଥିବା ବେଳେ ସେଠାରେ କେଜ୍ରିୱାଲ ୨୦୨୨ ନିର୍ବାଚନରେ ସରକାରକୁ ଆସିଲେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଜି କେଜ୍ରିୱାଲ ପଞ୍ଜାବ ଯାଉଛନ୍ତି ଓ ସେଠାରେ ପୁଣି କିଛି ନିର୍ବାଚନ ପ୍ରତିଶ୍ରୁତି ଦେଇପାରନ୍ତି । ତା ପୂର୍ବରୁ ଚନ୍ନୀ ସରକାର ଆପ୍ ସରକାରର ମୁଖ୍ୟ ମୁଦ୍ଦା ବିଜୁଳିକୁ ନେଇ ଏକ ନୂଆ ଗେମ୍ ଖେଳିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜୁଳି ବିଲ ଛାଡ କରିବେ ପଂଜାବ, ଦିଲ୍ଲୀ ସରକାର