କନକ ବ୍ୟୁରୋ: ଆତଙ୍କବାଦୀମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ , ରାଜ୍ୟପାଳ ଓ କିି ରେଲୱେ ଷ୍ଟେସନକୁ ଉଡାଇଦେବାକୁ ଧମକ ଦେଇଥିବା ଜଣାପଡିଛି । ରାଜ୍ୟର କପୁରତାରା ଷ୍ଟେସନର ଡିଆରଏମଙ୍କୁ ମିଳିଥିବା ଚିଠିରେ ସୁଲତାନପୁର ଲୋଧି, ଲୋହିୟାଂ ଖାସ୍, ଫିରୋଜପୁର ଭାବନି, ଫଗୱାଡା , ଅମୃତସର ଓ ତରନତାରନ୍ ସମେତ ଆଉ କିଛି ରେଲୱେ ଷ୍ଟେସନକୁ ଉଡାଇଦେବାକୁ ଧମକ ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ, ଏକ ଚିଠି ଆତଙ୍କବାଦୀ ସଙ୍ଗଠନ ଜୈସ୍-ଏ-ମୋହମ୍ମଦ ଦ୍ୱାରା ଲେଖାଯାଇଛି । ହେଲେ ଏହା ଉପରେ କୌଣସି ତାରିଖ ବା ଦିନ ଲେଖାନାହିଁ । ତେବେ ଏହି ଚିଠି ମିଳିବା ପରେ ପଞ୍ଚାବର ସମସ୍ତ ରେଲୱେ ଷ୍ଟେସନରେ କଡାକଡି ଯାଞ୍ଚ କରାଯାଉଛି ।
Follow Us