ପଟିଆଲା ହିଂସାର ପରେ ଆକ୍ସନ ମୋଡରେ ପଂଜାବ ସରକାର: ବିପତିର ଆକଳନ କରି ସହରରେ ବନ୍ଦ ହେଲା ଇଂଟରନେଟ ସେବା

Advertisment
ପଟିଆଲା ହିଂସାର ପରେ ଆକ୍ସନ ମୋଡରେ ପଂଜାବ ସରକାର: ବିପତିର ଆକଳନ କରି ସହରରେ ବନ୍ଦ ହେଲା ଇଂଟରନେଟ ସେବା

କନକ ବ୍ୟୁରୋ: ଶୁକ୍ରବାର ମଧ୍ୟାହ୍ନରେ ହଠାତ ବଦଳିଯାଇଥିଲା ପଂଜାବ ପଟିଆଲା ସହରର ଚିତ୍ର । ମଝି ରାସ୍ତାରେ କିଏ ଖଣ୍ଡା ଧରି ବୁଲୁଥିଲା ତ ପୁଣି କିଏ ପଥରମାଡ କରୁଥିଲା । ସବୁଠି ଖଲିସ୍ତାନୀ ସଂଗଠନ ସମର୍ଥନରେ ଶୁଭୁଥିଲା ନାରା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ଉତେଜନାପୂର୍ଣ୍ଣ ସଂର୍ଘଷ । ପଟିଆଲା ରାସ୍ତାରେ ମୁହାଁମୁହିଁ ହୋଇଥିଲେ ଶିବସେନା କର୍ମୀ ଓ ଖଲିସ୍ତାନୀ ସମର୍ଥକ । ହିଂସା ଘଟଣା ପରେ ଏବେ ଆକ୍ସନ ମୁଡରେ ଆସିଛନ୍ତି ପଂଜାବ ସରକାର । ରାଜ୍ୟ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି କରିଛନ୍ତି । ସେପଟେ ପଂଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କରି ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ସହରରେ ଇଂଟରନେଟ ସେବା ଅସ୍ଥାୟୀଭାବେ ବନ୍ଦ କରାଯାଇଛି । ସ୍ଥିତିରେ ସୁଧାର ଆଣିବାକୁ ପୁଲିସ ଓ ପ୍ରଶାସନ ମଧ୍ୟ ବୈଠକ ବସିଛି । ଘଟଣାକୁ ନେଇ ଶନିବାର ହିନ୍ଦୁ ସଂଗଠନ ପଟିଆଲରେ ବନ୍ଦ ଡାକରା ଦେଇଛି । ସେପଟେ ରାଷ୍ଟ୍ରୀୟ ସଂଖ୍ୟାଲଘୁ କମିଶନ ପଂଜାବ ସରକାରଙ୍କଠୁ ଘଟଣା ବାବଦରେ ଜବାବ ମାଗିଛନ୍ତି । ହିଂସା ଘଟଣାରେ ଆମ ଆଦମୀ ପାର୍ଟି କହିଛି ଯେ ଏହା ଦୁଇ ଗୋଷ୍ଠୀ ମଧ୍ୟରେ ନୁହେଁ ବଂର ଦୁଇ ରାଜନୈତିକ ଦଳର ଭିତର ସଂର୍ଘଷ ଥିଲା ।

ଘଟଣାକୁ ନେଇ ସବୁଠୁ ବଡ ପ୍ରଶ୍ନ ମଧ୍ୟ ଉଠୁଛି । ପଂଜାବରେ କେଉଁଠୁ ଏତେ ସଂଖ୍ୟକ ଖଲିସ୍ତାନୀ ସମର୍ଥକ ଆସିଲେ? ହିଂସା ପଛରେ ଆତଙ୍କବାଦୀ ସମର୍ଥିତ ସଂଗଠନ ଶିଖ୍ ଫର ଜଷ୍ଟିସର ହାତ ରହିଛି କି? ପଂଜାବର ମାହୋଲକୁ ଅଶାନ୍ତ କରିବା ପାଇଁ ଏହା ଏକ ଷଡଯନ୍ତ୍ର ଥିଲା କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe