କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ଟିକେ କମିବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ଦେଶ ସ୍ୱଭାବିକ ଦିଗରେ ଗତି କରିବା ଆରମ୍ଭ କରିଛି । ଅନ୍ୟପଟେ କରୋନା ଠାରୁ ଜିତିବାକୁ ସାରା ଦେଶରେ ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ସରକାର । ସଚେତନତା ଓ ଏହାକୁ ଏକ ଦାୟିତ୍ୱ ଭାବି ଦେଶର ଲୋକମାନେ ବି ଟିକା ନେବାକୁ ଆଗ୍ରହ ଦେଖାଉଥିବାରୁ ଏବେ ସାରା ବିଶ୍ୱରେ ଭାରତ ଟିକାକରଣକୁ ନେଇ ରେକର୍ଡ କରିଛି । ଏହାରି ମଧ୍ୟରେ ଟିକା ନେବାରେ ଅବହେଳା କରୁଥିବା କିଛି ସରକାରୀ କର୍ମଚାରୀଙ୍କ ପ୍ରତି କଠୋର ହୋଇଛନ୍ତି କେତକ ରାଜ୍ୟ ସରକାର । ଏହି କ୍ରମରେ ପଞ୍ଜାବ ସରକାର ଟିକା ନେଇ ନଥିବା ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି କି ରାଜ୍ୟର ଯେଉଁ ସରକାରୀ କର୍ମଚାରୀମାନେ ଟିକାର ଗୋଟିଏ ବି ଡୋଜ ନେଇ ନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।
Punjab CM Capt Amarinder Singh orders extension of the existing Covid restrictions till Sept 30th, in view of upcoming festival season, with a limit of 300 on all gatherings, including political, and strict enforcement of wearing of masks as well as social distancing: Punjab CMO pic.twitter.com/MmG6wrXUvj
— ANI (@ANI) September 10, 2021
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ପଞ୍ଜାବ ସରକାରରେ ଯେଉଁ କର୍ମଚାରୀ (ମେଡିକାଲ କାରଣ ବ୍ୟତୀତ) କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ୧୫ ତାରିଖ ପରେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।
Punjab government employees failing to take even the first dose of #COVID19 vaccine for any reason other than medical will be compulsorily sent on leave after September 15: Chief Minister's Office (CMO) pic.twitter.com/zREvZWzxG8
— ANI (@ANI) September 10, 2021
ଅନ୍ୟପଟେ ପଞ୍ଜାବରେ ପାର୍ବଣକୁ ନଜରରେ ରଖି କରୋନା କଟକଣାକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାରି କରାଯାଇଥିବା ନର୍ଦ୍ଦେଶରେ କୁହାଯାଇଛି କି ରାଜନୈତିକ ଓ ଅନ୍ୟ ସଭା ପାଇଁ ସର୍ବାଧିକ ୩୦୦ ଲୋକଙ୍କୁ ଅନୁମତି ମିଳିବ । ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।