କନକ ବ୍ୟୁରୋ: ଜନ୍ମଦିନ କେକ୍ ନେଇଗଲା ନାବାଳିକାର ଜୀବନ । ଏଭଳି ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି ପଞ୍ଜାମର ପଟିୟାଲାରୁ । ଜନ୍ମଦିନରେ ଅନଲାଇନ୍ ଅର୍ଡର କରିଥିବା କେକ୍ ଖାଇ ଜଣେ ୧୦ ବର୍ଷିୟ ନାବାଳିକର ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ବର୍ଥ ଡେ’ ସେଲିବ୍ରେସନର ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଠି ମାନଭି ନାମକ ଏହି ନାବାଳିକା ଜଣକ ବେଶ ଖୁସିଥିବା ଦେଖିବାକୁ ମିଳିଛି । କିନ୍ତୁ କେକ୍ ଖାଇବାର ଅଳ୍ପ ସମୟ ମଧ୍ୟରେ ନାବାଳିକାର ଦେଖ ଖରାପ ହେବା ଆରମ୍ଭ ହୋଇଯାଇଥିଲା । ପରେ ମୁଣ୍ଡା ବିନ୍ଧିବା ସହ ନାବାଳିକାର ଶରୀର ସମ୍ପୂର୍ଣ୍ଣ ଥଣ୍ଡା ପଡିଯାଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ହସ୍ପିଟାଲ ନେଇ ଯାଇଥିଲେ ହେଲେ ଏହାରି ଭିତରେ ନାବାଳିକାର ମୃତ୍ୟୁ ହୋଇ ସାରିଥିଲା ।

କେବଳ ଏତିକି ନୁହେଁ, ଅର୍ଡର କରିଥିବା ଏହି କେକ୍ ଖାଇ ପରିବାର ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥିବା ଜଣାପଡିଛି । ଏନେଇ ପୋଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଷ୍ଟମର୍ଟମ୍ ପାଇଁ ନାବାଳିକାର ମୃତଦେହକୁ ପଠାଯାଇଛି ।