ହସ୍ପିଟାଲରେ ଲାଗିଲା ନିଆଁ । ପଞ୍ଜାବ ଗୁରୁ ନାନକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ।

71

କନକ ବ୍ୟୁରୋ: ହସ୍ପିଟାଲରେ ଲାଗିଲା ନିଆଁ । ପଞ୍ଜାବର ଅମୃତସରରେ ଥିବା ଗୁରୁ ନାନକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେଇଛି । ତେବେ ହସ୍ପିଟାଲରୁ ବାହାରୁଥିବା ଧୂଆଁ ହିଁ, ଏ ଘଟଣା କେତେ ଭୟଙ୍କର ହୋଇପାରେ ତାହା ବୟାନ କରୁଛି ।

ସୂଚନା ମୁତାବକ, ହସ୍ପିଟାଲରେ ନିଆଁ ଏତେ ଜଲଦି ବ୍ୟାପିଯାଇଥିଲା ଯେ, କୌଣସି ଲୋକ କିମ୍ବା ରୋଗୀ ବାହାରକୁ ବାହାରିପାରିନଥିଲେ । ହସ୍ପିଟାଲରୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଚିକ୍ରାର ଶୁଣିବାକୁ ମିଳିଥିଲା । ଘଟଣାସ୍ଥଳରେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଉପସ୍ଥିତ ହେବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ମିଳିଥିବା ସୂଚନା ମୁତାବକ, ହସ୍ପିଟାଲ ପଛରେ ଥିବା ଏକ ଟ୍ରାନ୍ସଫର୍ମରରେ ଅଚାନକ ନିଆଁ ଲାଗିଯାଇଥିଲା । ଯାହାପରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ନିଆଁ ପ୍ରଥମ ଟ୍ରାନ୍ସଫର୍ମରରେ ଲାଗିବା ପରେ, ଏବେ ହସ୍ପିଟାଲ ପରିସର ଧୂଆଁ ଧୂଆଁ ହୋଇଯାଇଛି ।