କନକ ବ୍ୟୁରୋ: ହସ୍ପିଟାଲରେ ଲାଗିଲା ନିଆଁ । ପଞ୍ଜାବର ଅମୃତସରରେ ଥିବା ଗୁରୁ ନାନକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେଇଛି । ତେବେ ହସ୍ପିଟାଲରୁ ବାହାରୁଥିବା ଧୂଆଁ ହିଁ, ଏ ଘଟଣା କେତେ ଭୟଙ୍କର ହୋଇପାରେ ତାହା ବୟାନ କରୁଛି ।
ସୂଚନା ମୁତାବକ, ହସ୍ପିଟାଲରେ ନିଆଁ ଏତେ ଜଲଦି ବ୍ୟାପିଯାଇଥିଲା ଯେ, କୌଣସି ଲୋକ କିମ୍ବା ରୋଗୀ ବାହାରକୁ ବାହାରିପାରିନଥିଲେ । ହସ୍ପିଟାଲରୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଚିକ୍ରାର ଶୁଣିବାକୁ ମିଳିଥିଲା । ଘଟଣାସ୍ଥଳରେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଉପସ୍ଥିତ ହେବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
#WATCH | Fire broke out in the Guru Nanak Dev Hospital in Amritsar, Punjab. pic.twitter.com/p8ko100hRx
— ANI (@ANI) May 14, 2022
ମିଳିଥିବା ସୂଚନା ମୁତାବକ, ହସ୍ପିଟାଲ ପଛରେ ଥିବା ଏକ ଟ୍ରାନ୍ସଫର୍ମରରେ ଅଚାନକ ନିଆଁ ଲାଗିଯାଇଥିଲା । ଯାହାପରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ନିଆଁ ପ୍ରଥମ ଟ୍ରାନ୍ସଫର୍ମରରେ ଲାଗିବା ପରେ, ଏବେ ହସ୍ପିଟାଲ ପରିସର ଧୂଆଁ ଧୂଆଁ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/05/11111-1.jpg)