କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । ଏକଜିଟ୍ ପୋଲର ଆକଳନ କହୁଛି, ଦେଶରେ ପୁଣି ଥରେ ମୋଦିଙ୍କ ମ୍ୟାଜିକ୍ କାମ କରିବ ଆଉ ବିଜେପି ଦେଶରେ ସରକାର ଗଢିବ । ସାରା ଦେଶରେ ମୋଦିଙ୍କ ଲହର ବୋହିବା ନେଇ ରିପୋର୍ଟ ସାମ୍ନାକୁ ଆସୁଥିବା ବେଳେ ପଞ୍ଜାବରେ ଦେଖିବାକୁ ମିଳିପାରେ ଅୁନୁରୂପ ଚିତ୍ର ।
ପଞ୍ଜାବରେ କମାବ କରିବ କଂଗ୍ରେସ । ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ, ପଞ୍ଜାବର ମୋଟ୍ ୧୩ଟି ଲୋକସଭା ଆସନରୁ ୮-୯ଟି ସିଟରେ ବିଜୟ ହୋଇପାରେ କଂଗ୍ରେସ । ସେହିପରି ବିଜେପି ୩-୫ଟି ସିଟ୍ ଏବଂ ଅନ୍ୟାମ୍ୟ ଦଳ ୧ଟି ସିଟ୍ ହାତେଇପାରନ୍ତି ବୋଲି ଏକଜିଟ୍ ପୋଲର ଆକଳନ କହୁଛି । ଆଉ ଏହାରି ଭିତରେ ଅପେକ୍ଷା ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ପଞ୍ଜାବରେ କିଏ ଦେଖାଇବ ପରାକ୍ରମ ।