ପଞ୍ଜାବ ଫଇସଲା: ବହୁ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ, କ୍ୟାପଟେନ ଅମରିନ୍ଦରଙ୍କୁ ପଛରେ ପକାଇ ଆଗେଇ ଚାଲିଛି ‘ଆପ୍’ ।

Advertisment
ପଞ୍ଜାବ ଫଇସଲା: ବହୁ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ, କ୍ୟାପଟେନ ଅମରିନ୍ଦରଙ୍କୁ ପଛରେ ପକାଇ ଆଗେଇ ଚାଲିଛି ‘ଆପ୍’ ।

କନକ ବ୍ୟୁରୋ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବ ପଲିଟିକ୍ସ ପଡ଼ିଆରେ ଭାବେ ବେଶ୍ ଦବଦବା ରହିଛି । କିନ୍ତୁ କଂଗ୍ରେସ ହାତ ଛାଡ଼ିବା ପରେ ଏବେ ଅମରିନ୍ଦରଙ୍କ ଉପରୁ ଭୋଟରଙ୍କ ଭରସା ମଧ୍ୟ ଭାଙ୍ଗିଯାଉଥିବା ସଙ୍କେତ ମିଳୁଛି । କାରଣ ନିଜ ପାରମ୍ପରିକ ଆସନରେ ପଞ୍ଚମ ରାଉଣ୍ଡ ପରେ କ୍ୟାପଟେନ ଅମରିନ୍ଦର ସିଂ ୧୦ ହଜାର ଭୋଟରେ ପଛରେ ଅଛନ୍ତି। ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଅଜିତ ପାଲ ତାଙ୍କ ଠାରୁ ବହୁ ଆଗକୁ ଚାଲିଗଲେଣି । ବର୍ତ୍ତମାନର ଟ୍ରେଣ୍ଡ୍ ମୁତାବକ, ପଞ୍ଚମ ରାଉଣ୍ଡ ଶେଷରେ ପଟିଆଲା ସହରୀ ଆସନରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ୧୦,୦୦୦ରୁ ଅଧିକ ଭୋଟରେ ଆଗେଇ ଚାଲିଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଅଜିତ ପାଲ ସିଂ କୋହଲି କହିଛନ୍ତି ଯେ, ଆପ୍ ପ୍ରାର୍ଥୀ ଭୋଟରଙ୍କ ବିଶ୍ୱାସ ଓ ଭରସା ଭାଙ୍ଗିବାକୁ ଦେବେ ନାହିଁ। ଅମରିନ୍ଦର ମୁଖ୍ୟମନ୍ତ୍ରୀ ଥିବାବେଳେ ପଟିଆଲାବାସୀଙ୍କୁ ଭୁଲି ଯାଇଛନ୍ତି, ଯାହାର ପରିଣାମ ଆଜିର ଫଳାଫଳରୁ ବେଶ୍ ବାରି ହୋଇପଡୁଛି ।

ପଞ୍ଜାବ ପତିଆରା 

-୨୦୧୭ରେ ୭୭ ଆସନ ଜିତି କ୍ଷମତାରେ ବସିଥିଲା କଂଗ୍ରେସ

- ସିରୋମଣି ଅକାଳୀ ଦଳ ଓ ବିଜେପିକୁ ମିଳିଥିଲା ୧୮ ଆସନ

- ୨୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା ଆପ୍

- ଏଥର ବିଜେପି ସହ ହାତ ମିଳାଇଛନ୍ତି ପୂର୍ବତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

- ମୁଖ୍ୟମନ୍ତ୍ରୀ ଥାଇ ଅମରନ୍ଦରଙ୍କୁ ଦଳରୁ ବିଦା କରିଥିଲା କଂଗ୍ରେସ

- ପଞ୍ଜାବ ଲୋକ ଦଳ ଗଢି ନିର୍ବାଚନକୁ ଓହାଇଥିଲେ ଅମରିନ୍ଦର

- ସିରୋମଣି ଅକାଳି ଦଳ ସହ ହାତ ମିଳାଇଛି ବିଏସପି

- ପଞ୍ଜାବରେ ଅଛି ମୋଟ୍ ୧୧୭ଟି ବିଧାନସଭା ଆସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe