କନକ ବ୍ୟୁରୋ : ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ଦଳ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି । ଆରୋପପ୍ରତ୍ୟାରୋପ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦଳ ଛାଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗୋଆରେ କଂଗ୍ରେସ ସରକାର ଗଠନ ନେଇ ବେଶ ଅଧିକ ସମ୍ଭାବନା ଥିଲେ ସୁଦ୍ଧା ଦଳର ଖାମଖିଆଲି ନୀତି ଯୋଗୁଁ ବିଜେପି ଏଠି ବିଜୟ ହାସଲ କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।
କଂଗ୍ରେସ ଗୋଆରେ ସରକାର ଗଠନ କରିବା ପାଇଁ ବିଳମ୍ବ କରିଥିବା ଯୋଗୁଁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ଏନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠୁ ଜବାବ ମାଗିଛନ୍ତି ବିଶ୍ୱଜିତ ରାଣେ । ସନ୍ତୋଷଜନକ ଉତର ନମିଳିଲେ ଦଳ ଛାଡିବା ନେଇ ଏକାଧିକ ବରିଷ୍ଠ ନେତା ଧମକ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-17-07h50m05s654.png)