ଆଜି ପଂଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅମରିନ୍ଦର ସିଂହ ! ଗୋଆ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ପାରିକର

33

କନକ ବ୍ୟୁରୋ : ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ କ୍ୟାପଟେନ୍ ଅମରିନ୍ଦର ସିଂହ । ସକାଳ ପ୍ରାୟ ୧୦ଟାରେ ପଂଜାବ ରାଜଭବନ ପରିସରରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସାମିଲ ହେବେ । ଅମରିନ୍ଦରଙ୍କ ସହ ୯ଜଣ କ୍ୟାବିନେଟ୍ ମନ୍ତ୍ରୀ ବି ଶପଥ ନେବେ । ତେବେ ସମସ୍ତଙ୍କ ନଜର ରହିବ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନବଜୋତ୍ ସିଂ ସିଦ୍ଧୁଙ୍କୁ କେଉଁ ଦାୟିତ୍ୱ ମିଳୁଛି ।

ସେପଟେ ଗୋଆ ବିଧାନସଭାରେ ଆଜି ଶକ୍ତୀପରିକ୍ଷା ଦେବେ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ପାରିକର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪୮ ଘଂଟା ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ପାରିକର କହିଛନ୍ତି, ଆମେ ପ୍ରଥମେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବୁ । ତା ପରେ ମନ୍ତ୍ରୀଙ୍କୁ ବିଭାଗ ବଂଟନ କରାଯିବ ।