କନକ ବ୍ୟୁରୋ: ୫ ରାଜ୍ୟରେ ଭୋଟ୍ ଗଣତି ଜାରି ରହିଛି । ପଞ୍ଜାବରେ କିଏ ମାରିବ ବାଜି? ମୋଟ୍ ୧୧୭ ଆସନ ପାଇଁ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୯ଟା ୧୦ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ଆମ୍ ଆଦମୀ ପାର୍ଟି । ‘ଆପ୍’ ୩୮ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୯ଟିରେ ରହିଛି । ସେହିପରି ବିଜେପି ୨ଟିରେ ଆଗେଇ ଚାଲିଛି ।

Advertisment

ପଞ୍ଜାବ ପତିଆରା 

- କ୍ଷମତାରେ ଥିବା କଂଗ୍ରେସକୁ ଆପରୁ ବଡ ଚ୍ୟାଲେଞ୍ଜ

- ଏଗଜିଟ ପୋଲରେ କେଜ୍ରିୱାଲଙ୍କ ଦଳକୁ ବହୁମତ ସମ୍ଭାବନା

- ୨୦୧୭ରେ ୭୭ ଆସନ ଜିତି କ୍ଷମତାରେ ବସିଥିଲା କଂଗ୍ରେସ

- ସିରୋମଣି ଅକାଳୀ ଦଳ ଓ ବିଜେପିକୁ ମିଳିଥିଲା ୧୮ ଆସନ

- ୨୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା ଆପ୍

- ଏଥର ବିଜେପି ସହ ହାତ ମିଳାଇଛନ୍ତି ପୂର୍ବତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

- ମୁଖ୍ୟମନ୍ତ୍ରୀ ଥାଇ ଅମରିନ୍ଦରଙ୍କୁ ଦଳରୁ ବିଦା କରିଥିଲା କଂଗ୍ରେସ

- ପଞ୍ଜାବ ଲୋକ ଦଳ ଗଢି ନିର୍ବାଚନକୁ ଓହାଇଥିଲେ ଅମରିନ୍ଦର

- ସିରୋମଣି ଅକାଳି ଦଳ ସହ ହାତ ମିଳାଇଛି ବିଏସପି

- ପଞ୍ଜାବରେ ଅଛି ମୋଟ୍ ୧୧୭ଟି ବିଧାନସଭା ଆସନ