ଶିକ୍ଷାମନ୍ତ୍ରୀଙ୍କୁ ବିବାହ କଲେ ଲେଡି IPS। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ଅତିଥି

19,935

କନକ ବ୍ୟୁରୋ: ପଞ୍ଜାବ ଆନନ୍ଦପୁରର ଆପ୍ ବିଧାୟକ ତଥା ମାନ୍ ସରକାରଙ୍କ ଶିକ୍ଷାମନ୍ତ୍ରୀ ହରଜୋତ୍ ସିଂହ ବୈଂସ ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗୁରୁଗ୍ରାମ ନିବାସୀ ରାକେଶ ଯାଦବଙ୍କ ଆଇପିଏସ୍ ଝିଅ ଆଇପିଏସ୍ ଜ୍ୟୋତି ଯାଦବଙ୍କୁ ବିବାହ କରିଛନ୍ତି ହରଜୋତ୍ । ବିବାହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।

ଆଇପିଏସ୍ ଜ୍ୟୋତି ଯାଦବ ଏବେ ମାନସା ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ନିକଟରେ ଦୁହିଁଙ୍କ ନିର୍ବନ୍ଧ ଖବର ଜଣାପଡିବା ପରେ ସେମାନଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।