ପଞ୍ଜାବର ୧୩ ବର୍ଷିୟା ଦଙ୍ଗଲ ଗର୍ଲ ! କୁସ୍ତି ମଇଦାନରେ ବଡ ବଡ ପହିଲମାନଙ୍କୁ ଚଟାଇଛନ୍ତି ଧୂଳି ।

ପଞ୍ଜାବର ୧୩ ବର୍ଷିୟା ଦଙ୍ଗଲ ଗର୍ଲ ! କୁସ୍ତି ମଇଦାନରେ ବଡ ବଡ ପହିଲମାନଙ୍କୁ ଚଟାଇଛନ୍ତି ଧୂଳି ।

image courtesy - www.khelpatra.com

ପଞ୍ଜାବର ନୱାଶହରର ଗାଁ କାଠଗରେ ଛିଂଜ ମେଳା ଲାଗିଛି। ମେଳା ଦେଖିବା ପାଇଁ ବହୁତ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି। କିନ୍ତୁ ମେଳାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ୧୩ ବର୍ଷୀୟ ଝିଅ, ଯାହାଙ୍କ ନାଁ ରୋଜ୍ ଘଇ। ଯିଏ ମେଳାରେ ଦଙ୍ଗଲ ଗର୍ଲ ବନି କୁସ୍ତି କରୁଛନ୍ତି ଓ ବଡ ବଡ ପହିଲମାନଙ୍କ ଝାଳ ବୁହାଇ ଦେଉଛନ୍ତି। ଗତ ଦିନରେ ରୋଜ୍ ଜଣେ ୨୦ ବର୍ଷୀୟ ପହିଲମାନଙ୍କୁ ଖୋଲା ଚ୍ୟାଲେଂଜ କରିଛନ୍ତି।

ରୋଜଙ୍କ ଚ୍ୟାଲେଂଜଙ୍କୁ ପ୍ରଥମେ ସ୍ଥାନୀୟ ଲୋକ ଓ ପହିଲମାନମାନେ ହସରେ ଉଡାଇଲେ। ଯେତେବେଳେ ଏହି ଦଙ୍ଗଲ ଗର୍ଲ ମଇଦାନକୁ ଓହ୍ଲାଇଲେ ସମସ୍ତଙ୍କୁ ଧୂଳି ଚଟାଇଦେଲେ। ଦଙ୍ଗଲ ଦେଖୁଥିବା ଲୋକଙ୍କୁ ଲାଗିଲା ଚ୍ୟାଲେଂଜ ନେଇଥିବା ଯୁବକ କିଛି ସେକେଣ୍ଡରେ ହି ଝିଅକୁ ହରାଇ ଫେରିଆସିବ, କିନ୍ତୁ ଏହାର ଓଲଟା ହେଲା।

ସୂଚନାଯୋଗ୍ୟ, ଦଙ୍ଗଲ ଗର୍ଲ ରୋଜ ଘଇ କାଠଗର ଧାର୍ମିକ ସ୍ଥାନ ବାବା ସଖୀ ରାମ ଟିବୀ କୁସ୍ତି ମଇଦାନର ସେବକ କାଲେ ଶାହଙ୍କ ଝିଅ। ରୋଜଙ୍କ ପିତା ନିଜେ ଜଣେ ପହିଲମାନ ଓ ସେ ରୋଜଙ୍କୁ ଗତ କିଛି ସମୟ ଧରି ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ କୁସ୍ତି ମଇଦାନକୁ ବହୁତ ଲୋକ ଟ୍ରେନିଙ୍ଗ ପାଇଁ ଆସନ୍ତି। ରୋଜ୍ ସପ୍ତମ ଶ୍ରେଣୀର ଛାତ୍ରୀ। କାଲେ ଶାହ ତାଙ୍କ ଝିଅକୁ ପହିଲମାନ କରିବା ମନ ନଥିଲା କାହିଁକିନା କିଛି ମାସ ପୂର୍ବେ ତାଙ୍କ ପୁଅ, ଯିଏକି କୁସ୍ତି କରୁଥିଲେ, କୁସ୍ତି ଶିଖିକି ଆସିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଅର ମୃତ୍ୟୁରେ ଦୁଃଖିତ ହୋଇଗଲେ କାଲେ ଶାହ। ତା’ପରେ ରୋଜ୍ ନିଜ ଭାଇଙ୍କ ସ୍ଥାନ ନେଇ ମଇଦାନରେ ଓହ୍ଲାଇଲେ। ମେଳାଗୁଡିକରେ କୁସ୍ତି କଲେ। ରୋଜଙ୍କ ପିତାଙ୍କ ଆଶା ଯେ, ତାଙ୍କ ଝିଅ ତାଙ୍କୁ ଗର୍ବିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe