ପଂଜାବର ଆଉ ଜଣେ ଦଙ୍ଗଲ ଗର୍ଲ : କୁସ୍ତି ମଇଦାନରେ ବଡ ବଡ ପହିଲମାନଙ୍କ ଝାଳ ବୁହାଇ ଦେଉଛନ୍ତି ୧୩ ବର୍ଷୀୟ ରୋଜ୍

50

ପଂଜାବର ନୱାଶହରର ଗାଁ କାଠଗଢ଼ରେ ଛିଂଜ ମେଳା ଲାଗିଛି । ମେଳା ଦେଖିବା ପାଇଁ ବହୁତ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି । କିନ୍ତୁ ମେଳାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ୧୩ ବର୍ଷୀୟ ଝିଅ, ଯାହାଙ୍କ ନାଁ ରୋଜ୍ ଘଇ । ଯିଏ ମେଳାରେ ଦଙ୍ଗଲ ଗର୍ଲ ବନି କୁସ୍ତି କରୁଛନ୍ତି ଓ ବଡ ବଡ ପହିଲମାନଙ୍କ ଝାଳ ବୁହାଇ ଦେଉଛନ୍ତି । ଗତ ଦିନରେ ରୋଜ୍ ଜଣେ ୨୦ ବର୍ଷୀୟ ପହିଲମାନଙ୍କୁ ଖୋଲା ଚ୍ୟାଲେଂଜ କରିଛନ୍ତି ।

ରୋଜଙ୍କ ଚ୍ୟାଲେଂଜଙ୍କୁ ପ୍ରଥମେ ସ୍ଥାନୀୟ ଲୋକ ଓ ପହିଲମାନ ମାନେ ମଜାକ ଉଡାଇଲେ । ଯେତେବେଳେ ଏହି ଦଙ୍ଗଲ ଗର୍ଲ ମଇଦାନକୁ ଓହ୍ଲାଇଲେ ସମସ୍ତଙ୍କୁ ଧୂଳି ଚଟାଇଦେଲେ । ଦଙ୍ଗଲ ଦେଖୁଥିବା ଲୋକଙ୍କୁ ଲାଗିଲା ଚ୍ୟାଲେଂଜ ନେଇଥିବା ଯୁବକ କିଛି ସେକେଣ୍ଡରେ ହି ଝିଅକୁ ହରାଇ ଫେରିଆସିବ, କିନ୍ତୁ ଏହାର ଓଲଟା ହେଲା ।

ସୂଚନାଯୋଗ୍ୟ, ଦଙ୍ଗଲ ଗର୍ଲ ରୋଜ ଘଇ କାଠଗଢ଼ର ଧାର୍ମିକ ସ୍ଥାନ ବାବା ସଖୀ ରାମ ଟିବୀ କୁସ୍ତି ମଇଦାନର ସେବକ କାଲେ ଶାହଙ୍କ ଝିଅ । ରୋଜଙ୍କ ପିତା ନିଜେ ଜଣେ ପହିଲମାନ ଓ ସେ ରୋଜଙ୍କୁ ଗତ କିଛି ସମୟ ଧରି ପ୍ରଶିକ୍ଷଣ ଦେଉଛନ୍ତି । ତାଙ୍କ କୁସ୍ତି ମଇଦାନକୁ ବହୁତ ଲୋକ ଟ୍ରେନିଙ୍ଗ ପାଇଁ ଆସନ୍ତି । ରୋଜ୍ ସପ୍ତମ ଶ୍ରେଣୀ ଛାତ୍ରୀ । କାଲେ ଶାହ ତାଙ୍କ ଝିଅକୁ ପହିଲମାନ କରିବା ମନ ନଥିଲା କାହିଁକିନା କିଛି ମାସ ପୂର୍ବେ ତାଙ୍କ ପୁଅ, ଯିଏକି କୁସ୍ତି କରୁଥିଲେ, କୁସ୍ତି ଶିଖିକି ଆସିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଘରେ ପୁଅର ମୃତ୍ୟୁରେ ଦୁଃଖିତ ହୋଇଗଲେ । ତା’ପରେ ରୋଜ୍ ନିଜ ଭାଇଙ୍କ ସ୍ଥାନ ନେଇ ମଇଦାନରେ ଓହ୍ଲାଇଲେ ମେଳାଗୁଡିକରେ କୁସ୍ତି କଲେ । ରୋଜଙ୍କ ପିତାଙ୍କ ଆଶା ଯେ, ତାଙ୍କ ଝିଅ ତାଙ୍କୁ ଗର୍ବିତ କରିବ ।