ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ : ପଞ୍ଜାବର ୮ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ

85

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦେଖି ପଞ୍ଜାବର ଆଉ ୪ଟି ଜିଲ୍ଲାରେ ଜାରି ହୋଇଛି ରାତି କର୍ଫ୍ୟୁ । ଫଳରେ ରାଜ୍ୟର ମୋଟ୍ ୮ଟି ଜିଲ୍ଲାରେ ହୋଇଛି ନାଇଟ୍ କର୍ଫ୍ୟୁ । ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ନୱନ ସହର, କପୁରତାଲା ଓ ହୋସିଆରପୁରରେ ରାତି ୧୧ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି ।

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହି ସମୟରେ କିନ୍ତୁ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସିବାକୁ କୁହାଯାଇଛି । ବାର୍ଷିକ ପରୀକ୍ଷା ପାଇଁ ସୂଚି ଜାରି ହୋଇସାରିଥିବାରୁ ଛାତ୍ରଛାତ୍ରୀ ଚାହିଁଲେ ଡାଉଟ କ୍ଲିୟର ପାଇଁ ସ୍କୁଲକୁ ଆସିପାରିବେ ବୋଲି କୁହାଯାଇଛି ।

ଏହି ସମୟରେ କରୋନା ସତର୍କତାକୁ କଡାକଡି କରାଯାଇଛି । ପଞ୍ଜାବରେ ଶୁକ୍ରବାର ୧ ହଜାର ୩୧୮ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଫଳରେ ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାରରୁ ଅଧିକ ରହିଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ପଞ୍ଜାବରେ ୬ ହଜାର ୩୦ରେ ପହଂଚିଛି ।