ଓଡ଼ିଶାର ସମବାୟ ନୀତି ଆପଣାଇବ ପଞ୍ଜାବ! ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଲୋଚନା କଲେ ପଞ୍ଜାବ ସମବାୟ ମନ୍ତ୍ରୀ ।

300

କନକ ବ୍ୟୁରୋ: ପଞ୍ଜାବ ଆପଣାଇବ ଓଡ଼ିଶା ଫଣ୍ଡା । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ସମବାୟ ନୀତିକୁ ଅନୁଧ୍ୟାନ କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ ସୁଖବିନ୍ଦର ସିଂ ରାନ୍ଧୱା । ଓଡିଶାର ସମବାୟ ନୀତିକୁ ପଞ୍ଜାବରେ କିଭଳି ଲାଗୁ କରି ହେବ ସେନେଇ ବିଧାନସଭାକୁ ଆସି ଅନୁଧ୍ୟାନ କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ ସୁଖବିନ୍ଦର ସିଂ ରାନ୍ଧୱା । ଓଡ଼ିଶାରେ ସମବାୟ ବ୍ୟାଙ୍କ କିଭଳି କାମ କରୁଛି ସେନେଇ ବିଭାଗୀୟ ମନ୍ତ୍ରୀଙ୍କ ଏବଂ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ । । ତେବେ ବିଭିନ୍ନ ରାଜ୍ୟଠାରୁ ଓଡ଼ିଶାର ସମବାୟ ବ୍ୟାଙ୍କ ନୀତିକୁ ଅଧିକ ପସନ୍ଦ କରି ରାଜ୍ୟରେ ଏହାର କାର୍ଯ୍ୟକାରିତା ନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ ।

ସେପଟେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବ ସମବାୟ ମନ୍ତ୍ରୀ କହିଛନ୍ତି କି, ପଂଜାବ ବି ଓଡିଶା ଶୈଳୀ ଆପଣାଇବ । ଆଉ ପଂଜାବରେ ସମବାୟ ବ୍ୟବସ୍ଥା ତାଙ୍କର ମେରୁଦଣ୍ଡ ଭଳି ଥିବାରୁ ଏଠାରୁ ଯାଇ ସେ ପଂଜାବରେ ଓଡ଼ିଶାର ଫଣ୍ଡା ଆପଣାଇ ସମାନ ବ୍ୟବସ୍ଥା ଲାଗୁ କରିବେ ।

ଅନ୍ୟପଟେ ଓଡିଶାର କୋର ବ୍ୟାକିଙ୍ଗ୍ ବ୍ୟବସ୍ଥା ଦେଶର ସବୁଠାରୁ ଉନ୍ନତ ବ୍ୟବସ୍ଥା । ବିଭିନ୍ନ ସମୟରେ ଏହାର କାର୍ଯ୍ୟକାରିତା ନେଇ ଅନେକ ମହଲରୁ ପ୍ରଶଂସା କରାଯାଇଛି । ତେଣୁ ଓଡ଼ିଶାରେ କିଭଳି ଚାଲିଛି ଏହି ସମବାୟ ବ୍ୟାଙ୍କ ନୀତି ଏହାର ଅନୁଧ୍ୟାନ କରିବାକୁ ପଂଜାବ ମନ୍ତ୍ରୀ ଏଠାକୁ ଆସିଥିଲେ । ଯହାକି ଏକ ଦ୍ୱିପାକ୍ଷିକ ସଂପର୍କ ଭଳି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।