‘ରାଜନୀତି ଛାଡି ଦେବି’: କାହିଁକି ଟ୍ୱିଟରରେ ଏମିତି ଲେଖିଲେ ସିଦ୍ଧୁ?

233

କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ ଶିରୋମଣି ଅକାଳି ଦଳର ମୁଖ୍ୟ ଶୁଖବୀର ସିଂ ବାଦଲଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, ଡିଜିପିଙ୍କ ସହ ସାକ୍ଷାତକାର କରି ପୋଲିସ ଉପରେ ଚାପ ପକାଇବା କଥା ଯଦି ସତ ପ୍ରମାଣ ହୁଏ ତେବେ ମୁଁ ରାଜନୀତି ଛାଡି ଦେବି । ଏହି ସିଦ୍ଧୁଙ୍କ ଏହି ଟ୍ୱିଟ ପରେ ଏବେ ଚର୍ଚ୍ଚା ଜୋର ଧରିଛି ।

ନବଜ୍ୟୋତ ସିଂ ସିଦ୍ଧୁ ଟ୍ୱିଟ କରି ଲେଖିଛନ୍ତି, ମୁଁ ରାଜନୀତି ଛାଡି ଦେବି ଯଦି ସୁଖବିନ୍ଦର ସିଂ ବାଦଲ ପ୍ରମାଣିତ କରିଦେବେ କି ମୁଁ ଡିଜିପିଙ୍କ ସହ ବନ୍ଦ କୋଠରୀରେ ବୈଠକ କରିଥିଲି । ଯିଏ ୨୦୧୫ରେ ନିର୍ଦ୍ଦୋଶ ଶିଖ ଯୁବକମାନଙ୍କୁ ହାଜତରେ ପୂରାଇଥିଲେ । ସେହି ବାଦଲଙ୍କୁ ମଧ୍ୟ କ୍ଲିନଚିଟ ଦିଆଯାଇଥିଲା, ନୂତନ ସରକାର ଗଠନ ପରଠୁ ପୂର୍ବତନ ଡିଜିପିଙ୍କ ଘନିଷ୍ଠ ଥିଲେ ।

ସୁଖବିନ୍ଦର ସିଂ ବାଦଲ ପୂର୍ବରୁ ଅଭିଯୋଗ କରିଥିଲେ, ମୁଖ୍ୟମନ୍ତ୍ରୀ ଚନ୍ନୀ ସିଦ୍ଧୁ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଭ୍ଟେିବା ପରେ ଡିଜିପିଙ୍କୁ ଅକାଳୀ ଦଳର ସିନିୟର ନେତା ବିକ୍ରମ ସିଂଙ୍କ ବିରୋଧରେ ମିଛ ମାମଲା ଦାୟର କରିବାକୁ କହିଥିଲେ । ଫଳରେ ଅକାଳୀ ଦଳ ବିପକ୍ଷରେ ବଦଲା ନେଇପାରିବେ ।