ପଞ୍ଜାବ ରାଜନୀତି : କ୍ୟାପଟେନଙ୍କୁ ଭେଟିବାକୁ ସିସବା ଫାର୍ମ ହାଉସରେ ପହଂଚିଲେ ସିଦ୍ଧୁ । କ୍ୟାପଟେନଙ୍କୁ ମନାଇବାରେ ହେବେ କି ସଫଳ ?

266

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ନବଜୋତସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଭେଟିବାକୁ ତାଙ୍କ ସିସବା ସ୍ଥିତ ତାଙ୍କ ଫାର୍ମ ହାଉସରେ ପହଂଚିଛନ୍ତି । ସିଦ୍ଧୁଙ୍କ ସହ ଅନେକ ମନ୍ତ୍ରୀ ଓ ବିଧାୟକ ପହଂଚିଥିବା କୁହାଯାଇଛି । କୁହାଯାଇଛି କି ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ତୁଟାଇବାକୁ ସିଦ୍ଧୁ କ୍ୟାପଟେନଙ୍କୁ ଭେଟ କରିବାକୁ ପହଂଚିଛନ୍ତି । ହେଲେ ସର୍ବ ସାଧାରଣରେ ସିଦ୍ଧୁ କ୍ଷମା ମାଗନ୍ତୁ ବୋଲି କ୍ୟାପଟେନ୍ ଦାବି କରିଥିବା ବେଳେ, ସିଦ୍ଧୁ କ୍ୟାପଟେନଙ୍କୁ ମନାଇବାରେ ସଫଳ ହେବେ କି ?

ଗୋଟିଏ ପଟେ କଂଗ୍ରେସ ହାଇକମାଣ୍ଡ ଯେଭଳି ଭାବେ କ୍ୟାପଟେନଙ୍କୁ ଅଣଦେଖା କରି ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ସେ ନେଇ କ୍ୟାପଟେନ ସନ୍ତୋଷ୍ଟ ନଥିବା ଭଳି ମନେ ହେଉଛି । ଅନ୍ୟପଟେ କେବଳ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ସିଦ୍ଧୁଙ୍କୁ ରାଜ୍ୟମୁଖ୍ୟ କରିବା ପ୍ରସଙ୍ଗରେ କ୍ୟପଟେନ ହଁ ଭରିଥିବା କୁହାଯାଇଛି । ଅନ୍ୟପଟେ କ୍ୟାପଟେନ ହଁ ଭରିବା ପୂର୍ବରୁ ସର୍ତ୍ତ ରଖିଥିଲେ କି ତାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା ସିଦ୍ଧୁ ସର୍ବ ସାଧାରଣରେ କ୍ଷମା ମାଗନ୍ତୁ । ହେଲେ ଏପର୍ଯ୍ୟନ୍ତ ସିଦ୍ଧୁ କ୍ଷମା ମାଗିନଥିବାରୁ କ୍ୟାପଟେନ କିଭଳି ପ୍ରତିକ୍ରିୟା ରଖିବେ ତାହା କୁହାଯାଇ ନପାରେ ।

କୁହାଯାଉଛି କି ୨୦୧୭ ମସିହାରେ ଯେତେବେଳେ ସାରା ଦେଶର କଂଗ୍ରେସ ପୁରା ଦୁର୍ବଳ ହୋଇପଡିଥିଲା ସେତେବେଳେ କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବରେ ଦଳକୁ ବହୁମତ ଦେବାରେ ସଫଳ ହୋଇଥିଲେ । ଏଭଳି ସ୍ଥଳେ ସିଦ୍ଧୁଙ୍କୁ ନେଇ କଂଗ୍ରେସ ହାଇକମାଣ୍ଡ ଯେଭଳି ଭାବେ ନିଷ୍ପତ୍ତି ନେଲେ ତାହା କ୍ୟାପଟେନଙ୍କ ମନରେ ବାଧା ପହଂଚାଇଥିବା ଅନୁମାନ କରାଯାଉଛି ।