କଂଗ୍ରେସ ନେତାଙ୍କ ବୟାନ ପରେ ନିଜର ପ୍ରତିକ୍ରୀୟା ରଖିଲେ ପାକିସ୍ତାନୀ ପତ୍ରକାର ଅରୋସା ଆଲମ, କହିଲେ ଏଭଳି କଥା 

277

କନକ ବ୍ୟୁରୋ :  କେବେ ସୋନିଆ ଗାନ୍ଧୀଙ୍କ ସହ ଫଟୋ ତ କେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହ । ଜଣେ ପତ୍ରକାରଙ୍କ ଫଟୋକୁ ନେଇ ପଞ୍ଜାବ ରାଜନୀତି ସରଗରମ ହୋଇଥିବା ବେଳେ ସଂପୃକ୍ତ ପାକିସ୍ତାନୀ ପତ୍ରକାର ଏବେ ମୁହଁ ଖୋଲିଛନ୍ତି ।

କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ପାକିସ୍ତାନୀ ପ୍ରତକାର ଅରୋସା ଆଲମଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ନେତାମନେ ଅରୋସା ଅଲାମଙ୍କ ନାମକୁ ନେଇ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ କ୍ୟାପଟେନ ବି ସୋନିଆଙ୍କ ସହ ଅରୋସାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି କଂଗ୍ରେସକୁ ହରଡଘଣାରେ ପକାଇଛନ୍ତି । ଏହାରି ମଧ୍ୟରେ ଖୁଦ ଅରୋସା ଅଲାମ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି କଂଗ୍ରେସ ନେତାମାନଙ୍କ ବୟାନ ଶୁଣି ସେ ବେସ୍ ଦୁଃଖିତ ଅଛନ୍ତି  ଓ ଏଭଳି ବୟାନ ଶୁଣିବା ପରେ ସେ ଆଉ କେବେ ଭାରତ ଆସିବେ ନାହିଁ ବୋଲି କହିଛନ୍ତି ।

କହିରଖୁ କି ଗତ ସପ୍ତାହରେ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା କହିଥିଲେ କି ଅରୋସା ଅଲମଙ୍କ ଆଇଏସଆଇ ସହିତ ଥିବା ସଂପୃକ୍ତ ନେଇ ଯାଂଚ କରାଯିବ । ଅନ୍ୟପଟେ ଅମରିନ୍ଦର ସିଂ ଆଲମଙ୍କୁ ସୁରକ୍ଷା ଦେବା ଆଳରେ ଏକ ଟ୍ୱିଟ୍ କରି କହିଛନ୍ତି କି ଆଲମଙ୍କୁ ଭାରତ ସରକାରଙ୍କ ଅନୁମତି ମିଳିବା ପରେ ସେ ୧୬ ବର୍ଷ ହେବ ଭାରତ ଆସୁଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ଆଲମ କହିଛନ୍ତି ଯେ “ ମୋର ବିଶ୍ୱାସ ହେଉନାହିଁ ସୁଖଜିନ୍ଦର ସିଂ ରନ୍ଧୱା ଏତେ ତଳକୁ ଖସିଯିବେ, କ୍ୟାପଟେନଙ୍କୁ ଅଡୁଆରେ ପକାଇବାକୁ ସେମାନେ ମୋ ନାମକୁ ବ୍ୟବହାର କରୁଛନ୍ତି  ” ।  କହିରଖୁ କି ଅରୁସା ଆଲମ କ୍ୟାପଟେନ୍ ଅମରିନ୍ଦରସିଂଙ୍କର ଜଣେ ଘନିଷ୍ଟ ବନ୍ଧୁ ଓ କ୍ୟାପଟେନ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ କିଛିବର୍ଷ ପଞ୍ଜାବରେ ଅତିବାହିତ କରିଥିଲେ ।