ଉଚ୍ଛେଦ ପୂର୍ବରୁ ପଞ୍ଜାବରୁ ଆସିଲା ପ୍ରତିବାଦର ଚିଠି । ମଙ୍ଗୁ ମଠ ନଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ବଡ଼ଦାଣ୍ଡ ଦୋଳଗୋବିନ୍ଦ ସାହି ନିକଟସ୍ଥ ମଙ୍ଗୁ ମଠ ଭାଙ୍ଗିବାକୁ ସରକାର ପ୍ରସ୍ତୁତ ହେଉଥିବାବେଳେ ପଞ୍ଜାବରେ ଏହାକୁ ନେଇ ପ୍ରବଳ ବିରୋଧ ପ୍ରକାଶ ପାଇଛି ।
କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭଙ୍ଗାଯାଉଥିବା ବିଭିନ୍ନ ମଠର କମ୍ପନ ସୁଦୂର ପଞ୍ଜାବରେ ଅନୁଭୂତ ହୋଇଛି । ବଡ଼ଦାଣ୍ଡ ଦୋଳଗୋବିନ୍ଦ ସାହି ନିକଟସ୍ଥ ମଙ୍ଗୁ ମଠ ଭାଙ୍ଗିବାକୁ ସରକାର ପ୍ରସ୍ତୁତ ହେଉଥିବାବେଳେ ପଞ୍ଜାବରେ ଏହାକୁ ନେଇ ପ୍ରବଳ ବିରୋଧ ପ୍ରକାଶ ପାଇଛି । ଜନମତକୁ ଦୃଷ୍ଟିରେ ରଖି ଖୋଦ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ମଠକୁ ନଭାଙ୍ଗିବାକୁ ଅନୁରୋଧ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Shocked to learn of the decision to demolish the Mangu Mutt in Puri associated with Guru Nanak Dev Ji who had visited Puri to spread the message of one supreme reality. Request Odisha CM @Naveen_Odisha ji to intervene & stop the demolition & preserve the heritage structure.
— Capt.Amarinder Singh (@capt_amarinder) September 14, 2019
ସାରା ବିଶ୍ୱ ଗୁରୁ ନାନକଙ୍କ ୫୫୦ତମ ପ୍ରକାଶପର୍ବ ପାଳନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ, ଇତିହାସ ପ୍ରସିଦ୍ଧ ତଥା ଜଗନ୍ନାଥ ସଂସ୍କୃତି ଓ ଶିଖ ଧର୍ମ ମଧ୍ୟରେ ସଂପର୍କର ପ୍ରତୀକ ମଙ୍ଗୁ ମଠକୁ ଭାଙ୍ଗିବାକୁ ଓଡ଼ିଶା ସରକାର ଭାଙ୍ଗିବାକୁ ପ୍ରସ୍ତୁତ ହେବ ବେଶ ଦୁର୍ଭାଗ୍ୟଜନକ ବୋଲି ଅମରିନ୍ଦର ନିଜ ପତ୍ରରେ ଲେଖିଛନ୍ତି ।
୧୬୧୫ ମସିହାରେ ଶିଖଧର୍ମ ପ୍ରଚାରକ ଭାଇ ଅଲମସ୍ତଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ମଙ୍ଗୁ ମଠ ଶିଖ ଧର୍ମାବଲମ୍ବୀର ଲୋକମାନଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରେ । ଏହି ମଠକୁ ୧୬୭୦ ମସିହାରେ ଗୁରୁ ତେଗବାହାଦୂର ଆସିଥିଲେ । ଶହ ଶହ ବର୍ଷଧରି ଏହି ମଠକୁ ଆସୁଥିବା ଶିଖ ପ୍ରଚାରକମାନେ ଉତ୍ତର-ଭାରତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିଥିଲେ ।
Chief Minister @capt_amarinder Singh writes to his Odisha counterpart @Naveen_Odisha, urging the latter to retract his government’s decision to demolish the Mangu Mutt associated with Guru Nanak Dev Ji.
— CMO Punjab (@CMOPb) September 14, 2019
ତେବେ ଏ ସଂପର୍କରେ ନିଜର ପ୍ରତିକ୍ରିୟା ରଖି ପୁରୀ ସାଂସଦ ପିନାକୀ ମିଶ୍ର ଟ୍ଵିଟ କରି ଲେଖିଛନ୍ତି ଯେ ଏହି ମଠକୁ ଭଙ୍ଗାଯିବ ନାହିଁ । କେବଳ ଏହାନିକଟରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଭଙ୍ଗାଯିବ ।