ବିଦ୍ୟୁତ୍ ଖୁଣ୍ଟ ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ : କରୁଛନ୍ତି କ’ଣ?

300

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ଫଟୋ, ସେ ପୁଣି ବିଜୁଳି ଖୁଣ୍ଟ ଉପରେ ଚଢିଥିବାର ଏକ ଫଟୋକୁ ନେଇ ଚର୍ଚ୍ଚା । ହେଲେ ବିଜୁଳି ଖୁଣ୍ଟ ଉପରକୁ କାହିଁକି ଚଢିଗଲେ ମୁଖ୍ୟମନ୍ତ୍ରୀ? ସେଠି କରୁଥିଲେ କ’ଣ?

କଥା ହେଉଛି , ପଂଜାବ କୁରାଲିରେ ବିଜୁଳି ବିଲ ନଦେବା ଯୋଗୁଁ ଜଣେ ଚାଷୀଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା । ଅଭିଯୋଗ ମିଳିବା ପରେ ଚରଣଜିତ୍ ସିଂହ ନିଜେ ସେଠାରେ ପହଞ୍ଚି ବିଜୁଳି ଖୁଣ୍ଟରେ ଚଢିଥିଲେ ଏବଂ କଟାଯାଇଥିବା ବିଜୁଳି ସଂଯୋଗୁ ଯୋଡିଥିଲେ । ଚନ୍ନିଙ୍କ ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ ପ୍ରଶଂସା କରୁଛନ୍ତି ୟୁଜର୍ସ । କୁରାଲିର ଜଣେ ଚାଷୀ ଅର୍ଥଭାବରୁ ବିଜୁଳି ବିଲ ପୈଠ କରିପାରିନଥିଲେ । ଫଳରେ ତାଙ୍କର ଘରକୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା । ଏନେଇ ସ୍ଥାନୀୟ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ସେଠାରେ ପହଂଚି ନିଜେ ବିଜୁଳି ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରିଥିଲେ । ତେବେ ଚନ୍ନିଙ୍କ ଏହି ଫଟୋକୁ ନେଇ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଠାରୁ କିଛଇ ପ୍ରତିକ୍ରିୟା ମିଳିନାହିଁ ।