କନକ ବ୍ୟୁରୋ: ରାସ୍ତାରେ ଯାଉଥିଲେ ମୁଖ୍ୟମନ୍ତ୍ରୀ । ହାତ ଠାରି ଡାକିଦେଲେ ପ୍ରତିବାଦକାରୀ ଯୁବକ । ଆଉ ତତକ୍ଷଣାତ ମୁଖ୍ୟମନ୍ତ୍ରୀ ନିଜ ଗାଡିକୁ ଅଟକାଇ ଯୁବକଙ୍କ ସହ କଥା ହୋଇଥିଲେ । ଏଭଳି ଚିତ୍ର ଆସିଛି ପଂଜାବ ଜିଲ୍ଲା ସାଙ୍ଗରୁର । ପଂଜାବ ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଝିରେ ସାଙ୍ଗରୁ ଲୋକସଭା ଉପନିର୍ବାଚନ ପାଇଁ ରୋଡସୋ କରୁଥିଲେ । ଏହି ସମୟରେ ରାସ୍ତା କଡରେ ଛିଡା ହୋଇଥିବା ଜଣେ କଳା ରଙ୍ଗ ଟି-ସାର୍ଟ ପିନ୍ଧିଥିବା ଯୁବକ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ଇସାରା କରିଥିିଲେ । ଆଉ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତତ୍କ୍ଷଣାତ୍ ପଛକୁ ଚାହିଁ ଗାଡିକୁ ସେଠାରେ ଅଟକାଇଥିଲେ । ସେଠାରେ ଯୁବକଙ୍କ ସହ ହାତ ମିଶାଇ କିଛି କଥା ହେଉଥିବାର ନଜର ଆସିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ।

Advertisment

ତେବେ ଯୁବକ ଜଣଙ୍କ ଅଗ୍ନିପଥ ଯୋଜନା ବିରୋଧରେ ପ୍ରତିବାଦ କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ସେହି ରାସ୍ତା ଦେଇ ନିଜ ରୋଡସୋ କରୁଥିଲେ । ବିଭିନ୍ନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ରୋଡ ସୋ ଓ ସାଧାରଣ ସଭା ପାଇଁ କଡା ସୁରକ୍ଷା ଅବଲମ୍ବନ କରାଯାଏ । ତେବେ ନିଜ ସୁରକ୍ଷା ବିଷୟରେ ଚିନ୍ତା ନକରି ଯୁବକଙ୍କ ସହ ରାସ୍ତା ମଝିରେ ଆଲୋଚନା ଏବେ ସୋସିଆଲ ମିଡିଆରେ ଅନେକ ପ୍ରଶଂସା ସାଉଁଟିଛି । ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ମୁଖ୍ୟମନ୍ତ୍ରୀ ହେବ ତ ଏମିତି ବୋଲି ମତ ଦେଉଛନ୍ତି ।