ଦିଲ୍ଲୀରେ ଅଷ୍ଟମ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ : ଗୃହମନ୍ତ୍ରୀଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

 ଚାଷୀ ପ୍ରସଙ୍ଗକୁ ନେଇ ଶାହା-ଅମରିନ୍ଦରଙ୍କ ମଧ୍ୟରେ ହେବ ଆଲୋଚନା

51

କନକ ବ୍ୟୁରୋ : ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂ । ଏହି ଆଲୋଚନା ୯ ଟାରୁ ୧୦ଟା ମଧ୍ୟରେ ହେବ । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନରେ ପଞ୍ଜାବରୁ ଅଧିକ ଚାଷୀ ଅଛନ୍ତି । ପଞ୍ଜାବରେ ଏହି ବିଲକୁ ଜୋରଦାର ବିରୋଧ କରାଯାଉଛି ।

ଏପରିକି ଦୁଇମାସ ହେଲା ରାଜ୍ୟରେ ରେଳ ସେବା ବି ପ୍ରଭାବିତ ହୋଇଛି ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । ଆଇନକୁ ରଦ୍ଦ କରିବାକୁ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିସାରିଛନ୍ତି । ଏଭଳିସ୍ଥଳେ ଅମିତ ଶାହ ଓ ଅମରିନ୍ଦରଙ୍କ ମଧ୍ୟରେ ଏହି ଆଲୋଚନାକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।