ଲୋକସଭା ନିର୍ବାଚନରେ ପଞ୍ଜାବ ସହ କଂଗ୍ରେସର ମୁକାବିଲା ବିଜେପି-ଅକାଳୀ ଗଠବନ୍ଧନ ସହ ଅଛି କଂଗ୍ରେସ ନିଜ ସହ ମଧ୍ୟ ଏହି ଲଢେଇ ଲଢୁଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା ଲଢେଇ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି । କ୍ୟାପଟେନ୍ ଅମରିନ୍ଦର ସିଂହ ସିଦ୍ଧୁ କହିଛନ୍ତି ବୋଧହୁଏ ସିଦ୍ଧୁ ମୋତେ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ।
କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି , ମୁଁ ସିଦ୍ଧୁଙ୍କୁ ବାଲ୍ୟକାଳରୁ ଜାଣେ । ମୋର ଏବଂ ତାଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି । ବୋଧହୁଏ ସେ ମୋତେ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି । ଏହା ତାଙ୍କ ବ୍ୟକ୍ତିଗତ ମାମଲା କିନ୍ତୁ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସେ ଯେଉଁ ବୟାନ୍ ଦେଇଛନ୍ତି ତାହାକୁ ନେଇ ପାର୍ଟି ଉପରେ ପ୍ରଭାବ ପଡିବ । ପଞ୍ଜାବ ସରକାର ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ଶନିବାର କହିଥିଲେ ଯଦି ଅମରିନ୍ଦର ସିଂହଙ୍କ ସରକାରରେ ଧର୍ମଗ୍ରନ୍ଥର ଅପମାନ ଉପରେ ନ୍ୟାୟ ମିଳୁନାହିଁ ଏବଂ ଦୋଷୀଙ୍କୁ ଦଣ୍ଡ ମିଳୁନାହିଁ ତେବେ ମୁଁ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେବି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/MM-4.jpg)
/kanak/media/post_attachments/wp-content/uploads/2019/05/sidhu-fiasco-1534679093-300x200.jpg)