ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସରକାରକୁ ଆସିଲେ ୧ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସରକାରକୁ ଆସିଲେ ୧ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ନେତାମାନେ ଲୋକମାନଙ୍କୁ ପ୍ରତିଶ୍ରୁତିର ପାହାଡ ଉପରେ ଠିଆ କରାଉଛନ୍ତି । କିଏ କ୍ଷମତାକୁ ଆସିଲେ ମାଗଣା ପଣି ଦେବାକୁ କହୁଛି ତ କିଏ ମାଗଣା ବିଜୁଳି । ଏତିକିରେ କଥା ସରିନି ମାଗଣା ସାର, ମାଗଣା ଖାଦ୍ୟ ତ ପୁଣି କାହାର ମାଗଣା ମାଗଣା ଗ୍ୟାସ ସିଲିଣ୍ଡର ମାୟାରେ ଏବେ ଭୋଟର ପଡିବାକୁ ଯାଉଛନ୍ତି । ଏହି କ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି କହିଛନ୍ତି କି ଯଦି ପଞ୍ଜାବରେ ପୁଣି କଂଗ୍ରେସ ସରକାର ଗଠନ ହୁଏ ତେବେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କ ସରକାରୀ ଚିକିରି ଦିଆଯିବ ।

କହିରଖୁ କି ବିଶେଷ ଭାବେ ମାଗଣା ବାଣ୍ଟୁଥିବା ଦିଲ୍ଲୀର କେଜ୍ରିୱାଲ ସରକାର ପଞ୍ଜାବରେ ବି କ୍ଷମତା ଦଖଲ କରିବାକୁ ଜୋରଦାର ପ୍ରୟାସ ଚଳାଇଛି । ଏହି କ୍ରମରେ ଦିଲ୍ଲୀରେ ନାଗରିକମାନଙ୍କୁ ଯେଭଳି ମାଗଣା ପାଣି, ବିଜୁଳି ଓ ଶିକ୍ଷା ଯୋଗାଇ ଦିଆଯାଉଛି ପଞ୍ଜାବରେ ଆପ୍ ସରକାର ଗଠନ ହେଲେ ସେହିଭଳି ସୁବିଧା ଯୋଗାଇ ଦିଆଯିବ ବୋଲି କେଜ୍ରିିୱାଲ ଘୋଷଣା କରିବା ପରେ ଏବେ ଚନ୍ନି ନିର୍ବାଚନୀ ପେଡି ଖୋଲିବାରେ ଲାଗିଛନ୍ତି ।

ଗତକାଲି ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବାବେଳେ ଚନ୍ନି କହିଥିଲେ କି କଂଗ୍ରେସ ସରକାର ଆସିଲେ ରାଜ୍ୟର ଗରିବ ମହିଳାମାନଙ୍କୁ ମାସିକ ୧୧୦୦ ଟଙ୍କା ସହାୟତା ସହ ପ୍ରତି ପରିବାରକୁ ବର୍ଷକୁ ୮ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ । ଗତକାଲି ଏହି ମାଗଣା ଯୋଜନା ଘୋଷଣା କରିଥିବା ବେଳେ ଆଜି ପୁଣି ଚନ୍ନି ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ନିର୍ବାଚନୀ ଥୋପ ବାବଦରେ ୧ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe