ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା: ୫୦-୫୦ ଲକ୍ଷ ସହାୟତା ଘୋଷଣା କଲେ ପଂଜାବ, ଛତିଶଗଡ ସରକାର

235

କନକ ବ୍ୟୁରୋ: ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ୮ଜଣ ଚାଷୀଙ୍କ ପରିବାରକୁ ୫୦-୫୦ ଲକ୍ଷ ସହାୟତା ଘୋଷଣା କଲେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସୂଚନା ମୁତାବକ, ମୃତକଙ୍କ ପରିବାରକୁ ଦେଖା କରିବାକୁ ୪ ଦିନର ଟଣା ଓଟରା ପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ୪ଜଣ କଂଗ୍ରେସ ନେତାଙ୍କୁ ଅନୁମତି ମିଳିଥିବାବେଳେ ଅନ୍ୟ କୌଣସି ବିରୋଧୀ ନେତାଙ୍କୁ ଅନୁମତି ଦେଇନାହାଁନ୍ତି ଉତ୍ତରପ୍ରଦେଶ ସରକାର । ଏମାନଙ୍କ ମଧ୍ୟରେ ଅଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ସଚିନ ପାଇଲଟ୍ ।

ଅନ୍ୟପଟେ ରାହୁଲ ଗାନ୍ଧୀ ଲକ୍ଷେ୍ନø ପହଞ୍ଚିିବା ପରେ ସେଠାରୁ ସୀତାପୁର ଯାଇ ପ୍ରିୟଙ୍କା ସହ ମୃତଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ପୂର୍ବରୁ ମୃତକଙ୍କ ପରିବାର ସହ ଭେଟିବା ଉପରେ କଡା ପ୍ରତିବନ୍ଧକ ଥିଲେ ବି ଏବେ ଏହାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଏକାବେଳକେ ନଯାଇ ପାଞ୍ଚ ପାଞ୍ଚ ଜଣ ଯିବାକୁ ପଶାସନ କହିଛି । କଟକଣା କେବଳ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ହୋଇଥିବା କହିଛନ୍ତି ରାଜ୍ୟ ସରକାର ।