୧୦ବର୍ଷ ପରେ ପଂଜାବରେ ସରକାର ଗଠନ କଲା କଂଗ୍ରେସ :୨୬ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅମରିନ୍ଦର ସିଂହ

69

କନକ ବ୍ୟୁରୋ : ପଂଜାବର ୨୬ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ । ୧୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ରାଜ ବବର ପ୍ରମୁଖ ସାମିଲ ହୋଇଥିଲେ ।

କ୍ୟାପ୍ଟେନ ଅମରିନ୍ଦରଙ୍କ ସହ ୭ କ୍ୟାବିନେଟ ମନ୍ତ୍ରୀ ଓ ୨ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଭିପି ସିଂହ ବଡନୌର । ୭୫ ବର୍ଷ ବୟସରେ ପୁଣି ଥିରେ ପଂଜାବ ଦାୟିତ୍ୱ ସମ୍ଭାଳିଥିବା ଅମରିନ୍ଦର ସିଂହ ଶପଥ ଗ୍ରହଣ ସମାରୋହରେ ୯ ମନ୍ତ୍ରୀଙ୍କୁ ସରକାରରେ ସାମିଲ କରିଛନ୍ତି । ପରେ ମନ୍ତ୍ରିମଣ୍ଡଳ ବିସ୍ତାର କରି ସରକାରରେ ସର୍ବାଧିକ ୧୮ମନ୍ତ୍ରୀ ରଖିବା ନେଇ କଂଗ୍ରେସ ନିଷ୍ପତି ନେଇଥିବା ସୂଚନା ରହିଛି ।