କନକ ବ୍ୟୁରୋ: ପଞ୍ଜାବବାସୀଙ୍କ ଭରସା ଜିତିପାରିନାହାନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ । ସମ୍ପୂର୍ଣ୍ଣ ଟ୍ରେଣ୍ଡ୍ ଆସିଥିବାବେଳେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ଆପ୍ । ଦିନ ୧ଟା ୧୫ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ଆମ୍ ଆଦମୀ ପାର୍ଟି । ବଡ଼କଥା ହେଲା କି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ତାଙ୍କ ପାରମ୍ପରିକ ଆସନ ଚମକୌର ଏବଂ ଭଦୋଦର ବିଧାନସଭା କ୍ଷେତ୍ରରେ ୨୨ ହଜାର ୮୪୩ ଖଣ୍ଡ ଭୋଟରେ ପଛୁଆ ଅଛନ୍ତି । ଏବେର ଟ୍ରେଣ୍ଡରେ ‘ଆପ୍’ ୯୧ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୭ଟି, ସିରୋମଣି ଅକାଳି ଦଳ ୬ଟି ରହିଥିବାବେଳେ ବିଜେପି ୨ ଓ ଅନ୍ୟାନ୍ୟ ୧ଟି ଆସନରେ ରହିଛନ୍ତି ।

Advertisment