କନକ ବ୍ୟୁରୋ : ଚନ୍ନୀ ମନ୍ତ୍ରୀମଣ୍ଡଳରେ ୨ ଦିନ ତଳେ ଶପଥ ନେଇଥିବା କ୍ୟାବିନେଟ ମନ୍ତ୍ରୀ ରାଜିଆ ସୁଲତାନା ଇସ୍ତଫା ଦେଇଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ତାଙ୍କ ପାନୀୟଜଳ, ସ୍ୱଚ୍ଛତା ଓ ମହିଳା ବାଳବିକାଶ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ମିଳିଥିଲା । ସେ ଇସ୍ôତଫା ଦେବା ପରେ କହିଛନ୍ତି “ସମସ୍ତଙ୍କୁ ଜଣାଥିଲା କି କିଛି ଗଡବଡ ଚାଲିଛି,” । ସେ ସିଦ୍ଧୁଙ୍କ ସମର୍ଥନରେ କହିଛନ୍ତି କି ସିଦ୍ଧୁ ଜଣେ ସଚ୍ଚୋଟ ମଣିଷ, ତାଙ୍କର ଅର୍ଥ କିମ୍ବା ପଦବୀରେ କୌଣସି ଲୋଭ ନାହିଁ । ସେ ପଞ୍ଜାବ ଓ ପଞ୍ଜାବବାସୀଙ୍କ ପାଇଁ ଲଢେଇ କରୁଛନ୍ତି । କହିରଖୁ କି ରାଜିଆ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫାଙ୍କର ପତ୍ନୀ ।

Advertisment

ମୁଖ୍ୟମନ୍ତ୍ରୀ ଚରଣଜିତସିଂହ ଚନ୍ନୀଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ କହିଛନ୍ତି ଯେ ସିଦ୍ଧୁଙ୍କ ସମର୍ଥନରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଦଳରେ ରହି ଦଳପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
କହିରଖୁ କି ରାଜିଆ ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ପଞ୍ଜାବ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ନବଜୋତସିଂହ ସିଦ୍ଧୁ ନିଜ ଦଳୀୟ ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏକ ବଡ ସଂକଟ ଦେଖା ଦେଇଛି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସଦସ୍ୟଙ୍କୁ ବିଭାଗ ବଣ୍ଟନର କିଛି ସମୟ ପରେ ସିଦ୍ଧୁ ଇସ୍ତଫା ଦେଇଛନ୍ତି ।

ଏନେଇ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି “ମୁଁ ପଞ୍ଜାବ ଓ ପଞ୍ଜାବବାସୀଙ୍କ ସ୍ୱାର୍ଥକୁ ନେଇ କୌଣସି ବୁଝାମଣା କରିବାକୁ ଚାହେଁନାହିଁ । ଏହି କାରଣରୁ ମୁଁ ମୋ ପଦରୁ ଇସ୍ତଫା ଦେଉଛି , ଦଳରରେ ରହି କାମ କରିବି”