ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମଧ୍ୟରେ କନ୍ଦଳ ଦେଖାଦେଇଛି । ସିଦ୍ଧୁ ଏବେ ଅମରିନ୍ଦର ସିଂହଙ୍କ ବିରୁଦ୍ଧରେ ଖୋଲାଖୋଲି ଭାବେ ବିଦ୍ରୋହ କରିଛନ୍ତି । ସିଦ୍ଧୁ ଆଜି ହେବାକୁ ଥିବା ପଞ୍ଜାବ କ୍ୟାବିନେଟ୍ ବୈଠକରେ ସାମିଲ ହେବାକୁ ମନା କରିଦେଇଛନ୍ତି ।

Advertisment

ସୂଚନା ମୁତାବକ, ପଞ୍ଜାବରେ କଂଗ୍ରେସର ଯେଉଁ ୫ ଲୋକସଭା ସିଟରେ ପରାଜୟ ମିଳିଛି, ତାକୁ ନେଇ ଅମରିନ୍ଦର ସିଂହ ନବଜୋତ୍ ସିଂହ ସିଦ୍ଧୁଙ୍କୁ ସହରୀ ବିକାଶ ମନ୍ତ୍ରାଳୟର ଖରାପ ପ୍ରଦର୍ଶନକୁ ଦାୟୀ କରିଛନ୍ତି । ଯେବେକି ଏଥର ନବଜୋତ୍ ସିଂହ ସିଦ୍ଧୁଙ୍କ କହିବା ମୁତାବକ, ଯେଉଁ ଲୋକସଭା ସିଟରେ ପରାଜୟ ମିଳିଛି, ତାହାର ଦାୟୀ ସାମୁହିକ ଅଛନ୍ତି । ସିଦ୍ଧୁ କହିଛନ୍ତି କି, ପରାଜୟ ପାଇଁ ପଞ୍ଜାବରେ ପୁରା କଂଗ୍ରେସ ଦଳ ଦାୟୀ । କେବଳ ତାଙ୍କୁ ହିଁ ଦାୟୀ କରିବା ଠିକ୍ ନୁହେଁ ।

ବଦଳିପାରେ ସିଦ୍ଧୁଙ୍କ ବିଭାଗ :
ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମଧ୍ୟରେ କନ୍ଦଳ ଅନ୍ତିମ ରୂପ ନେଲାଣି । ଏମିତିରେ କୁହାଯାଉଛି କି ଅମରିନ୍ଦର ସିଦ୍ଧୁଙ୍କ ବିଭାଗ ବଦଳାଇପାରନ୍ତି । କିନ୍ତୁ ଏହା ଉପରେ ମୋହର ରାହୁଲ ଗାନ୍ଧୀ ହିଁ ଲଗାଇବେ ।