ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ସଂପ୍ରସାରଣ । ଆରମ୍ଭ ହେଲା ଶପଥ ଗ୍ରହଣ ସମାରୋହ

Advertisment
ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ସଂପ୍ରସାରଣ । ଆରମ୍ଭ ହେଲା ଶପଥ ଗ୍ରହଣ ସମାରୋହ

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ପଞ୍ଜାବ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇଛି । ଏନେଇ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି ।  ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳରେ ଆଜି ବ୍ରହମ ମହିନ୍ଦ୍ରା, ମନପ୍ରୀତ ସିଂହ ବାଦଲ, ତୃପ୍ତ ରାଜିନ୍ଦ୍ର ସିଂହ ବାଜବା, ସୁଖବିନ୍ଦର ସିଂହ ସରକାରୀୟା, ରାଣା ଗୁରୁଜିତ ସିଂ, ଅରୁଣ ଚୌଧୁରୀ, ରାଜିଆ ସୁଲତାନା, ଭାରତ ଭୂଷଣ ଆଶୁ, ବିଜୟ ଇନ୍ଦର ସିଂଗଲା, ରଣଦ୍ୱୀପ ସିଂହ ନାମା, ରାଜକୁମାର ବେରକା, ସଂଗତ ସିଂହ ଗିଲଜିୟା, ଫରଗଟ ସିଂହ, ଅମରିନ୍ଦର ସିଂହ ରାଜା ବାରିଙ୍ଗ ଓ ଗୁରକିରତ ସିଂହ କୋଟଲୀ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ।

ଅନ୍ୟପଟେ ମନ୍ତ୍ରୀମଣ୍ଡଳରୁ କିଛି ପୁରୁଣା ମନ୍ତ୍ରୀଙ୍କୁ ବାଦ ଦିଆଯିବା ନେଇ ବି ଆକଳନ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ବଲବିରସିଂ ସିଦ୍ଧୁ, ସାଧୁ ସିଂହ ଧର୍ମାସୋତ, ଗୁରୁପ୍ରୀତ ସିଂହ କାଂଗଡା ଓ ଗୁରମିତ ସୋଢୀ । ଏପଟେ ୭ ଜଣ ବିଧାୟକଙ୍କୁ ପ୍ରଥମଥର ପାଇଁ ମନ୍ତ୍ରୀପଦ ମିଳୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ପଞ୍ଜାବ କଂଗ୍ରେସର ଦୁଇଗୋଷ୍ଠୀ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସର ମୁ୍ଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଗୋଷ୍ଠୀକୁ ସନ୍ତୁଷ୍ଟ କରିବାକୁ ଚନ୍ନୀ ଉଭୟ ଗୋଷ୍ଠୀର ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଯାଉଛନ୍ତି ଓ କିଛି ନେତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରାଯାଇଛି । କଂଗ୍ରେସ ଯୋଜନା କରିଛି କି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ମାଧ୍ୟମରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସରକାର ବିରୋଧୀ ଭୋଟରଙ୍କୁ ଏକତ୍ରିତ କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe