ବିଦେଶ ଭ୍ରମଣ, ବିଦେଶ ଚାକିରି ପାଇଁ ଯୁବ ଗୋଷ୍ଠୀ କିପରି ପାଗଳ ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ । ନିଜ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ସମସ୍ତ ନୀତି, ନୈତିକତା, ସାମାଜିବ ବ୍ୟବସ୍ଥା, ଧାର୍ମିକ ଭାବନା, ଆଇନଗତ ପ୍ରତିବନ୍ଧକକୁ ଫୁ’ରେ ଉଡ଼ାଇ ଦେଇ ଦୁଇଜଣ ଭାଇ ଭଉଣୀ କାଗଜପତ୍ରରେ ବିବାହ କରି ସ୍ୱାମୀସ୍ତ୍ରୀ ଭାବେ ଭାରତୀୟ ପାସପୋର୍ଟ ଓ ଅଷ୍ଟେଲିଆ ଭିସା ହାସଲ କରିଛନ୍ତି । ତଦନ୍ତ ବେଳେ ଏହା ଅଷ୍ଟେଲିଆ ଅଧିକାରୀମାନେ ଜାଣି ପାରିବା ପରେ ବର୍ତ୍ତମାନ ଏହି ଭାଇ ଭଉଣୀ ଫେରାର ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବତୀ ପଞ୍ଜାବର ଏକ ବିବାହ ପଞ୍ଜିିକରଣ କୋର୍ଟଜଣେ ଯୁବକଙ୍କ ସହିତ ବିବାହ କରି ଥିଲେ । ପରେଏହି ବିବାହ ପ୍ରମାଣ ପତ୍ର ଦେଇ ଭାରତୀୟ ପାସପୋର୍ଟ ଓ ଅଷ୍ଟ୍ରେଲିଆ ଭିସା ମଧ୍ୟ ହାସଲ କରି ନେଇଥିଲେ । ଏହି ଜାଲ ପାସପୋର୍ଟ, ଭିସା ବ୍ୟବହାର କରି ଉଭୟ ସ୍ୱାମୀସ୍ତ୍ରୀ ଭାବେ ପହଞ୍ଚି ଯାଇଥିଲେ । ତେବେ ପରେ ଜଣାପଡ଼ିଥିଲା ଯେ, ଯୁବତୀ ଜଣକ ତାଙ୍କ ସମ୍ପର୍କୀୟାଙ୍କ କାଗଜପତ୍ର ଜାଲି କରି ନିଜ ଭାଇଙ୍କ ସହିତ କାଗଜପତ୍ରରେ ବିବାହ କରି ପାସପୋର୍ଟ, ଭିସା ହାସଲ କରିଛନ୍ତି । ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ଏ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୪ ବର୍ଷ ମଧ୍ୟରେ ୧୫ଶହରୁ ଅଧିକ ଭିସାକୁ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ଖାରଜ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାଲ୍ କରି ଏହି ଭିସା ସଂଗ୍ରହ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/pjimage-83.jpg)
/kanak/media/post_attachments/wp-content/uploads/2019/02/87455a15fa954e67f3c10bf6231b13db-300x161.jpg)