ଫାଟିଲା ଚଳନ୍ତା ବାଇକର ତେଲ ଟାଙ୍କି । ଖଣ୍ଡ ବିଖଣ୍ଡିତ ହୋଇଗଲା ବାଇକ୍, ଯୁବକ ମୃତ

2,017

କନକ ବ୍ୟୁରୋ : ପଞ୍ଜାବ୍ ଜଲାଲାବାଦରେ ଘଟିଛି ଏକ ଭୟଙ୍କର ବାଇକ୍ ଦୁର୍ଘଟଣା । ଏହି ଦୁର୍ଘଟଣା କୌଣସି ବଡ ଗାଡିରେ ଧକା ହୋଇ କିମ୍ବା ମଦ ପିଇ ଦୁର୍ଘଟଣା ଘଟିନାହିଁ । ବାଇକର ତେଲ ଟାଙ୍କି ବିସ୍ଫୋରଣ କାରଣରୁ ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ବାଇକ୍ ଖଣ୍ଡ ବିଖଣ୍ଡିତ ହୋଇଯିବା ସହ ଚାଳକ ଜଣକର ମଧ୍ୟ ହାତ ଗୋଡ ଛିଣ୍ଡିଯାଇଥିବା କୁହାଯାଉଛି ।

ସୂଚନା ମୁତାବକ, ପଞ୍ଜାମ ଫିରୋଜପୁରର ଜଣେ ୨୨ବର୍ଷିୟ ଯୁବକ, ଗତ ବୁଧବାର ବନ୍ଧୁଙ୍କ ଘରୁ ଫେରୁଥିଲେ । ଜଲାଲାବାଦର ପଞ୍ଜାମ ନ୍ୟାସନାଲ ବ୍ୟାଙ୍କ ନିକଟରେ ହଠାତ୍ ତାଙ୍କର ପ୍ରେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ହେଲା, ଆଉ ସବୁ କିଛି ଛିନଛତ୍ର ହୋଇଗଲା । ବିସ୍ଫୋରଣର ତୀବ୍ରତା ଏତେ ଥିଲାଯେ ବାଇକଟି ଖଣ୍ଡ ବିଖଣ୍ଡିତ ହୋଇଗଲା, ଆଉ ବାଇକ୍ ଚଳାଉଥିବା ଯୁବକ ମଧ୍ୟ ଛିଟିକି ପଡିଥିଲେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡିଛି । କିନ୍ତୁ କଣ ପାଇଁ ବାଇକ୍ ଟାଙ୍କି ଫାଟିଲା ଏଯାଏଁ କିଛି ସ୍ପଷ୍ଟ ହୋଇପାରିନି ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରୁଛି । ଏହା ବାସ୍ତବରେ ଟାଙ୍କି ଫାଟି ଦୁର୍ଘଟଣା ଥିଲା ନା ବମ୍ ମାଡରେ ଏପରି ଘଟଛି ସେନେଇ ଯାଞ୍ଚ ଚାଲିଛି । ତେବେ ପୋଲିସର କହିବା ଅନୁସାରେ, ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ଜଣାପଡିଛି କି ମୃତ ଯୁବକଙ୍କ ସମ୍ପର୍କୀୟ ଭାଇ ତାଙ୍କ ସାଙ୍ଗରେ ଥିଲେ କିନ୍ତୁ ସେ ଅନ୍ୟ ଏକ ବାଇକରେ ଥିଲେ । କିନ୍ତୁ ଘଟଣା ଘଟିବା ପରେ ସେଠାରୁ ସମ୍ପର୍କୀୟ ଭାଇ କେଉଁଆଡେ ଫେରାର ହୋଇଯାଇଛି