କନକ ବ୍ୟୁରୋ: ପଞ୍ଜାବରେ ମାନ୍ ସରକାରଙ୍କ ବଡ ଘୋଷଣା । ୨୦୨୨ ଜୁଲାଇ ୧ ତାରିଖରୁ ପ୍ରତି ଘରକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ଯୋଗାଇଦିଆଯିବ । ଏହି ସୂଚନା ଜନସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଦଳ ବିଭିନ୍ନ ଆକର୍ଷଣୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲା । ଏଥିରୁ ସବୁଠୁ ଗୁରୁତ୍ୱପ୍ରୂ୍ଣ୍ଣ ଥିଲା ମାଗଣା ବିଜୁଳି ଯୋଗାଣ ।
Government of Punjab announces 300 units of free electricity for households from July 1st, 2022: Information and Public Relations Department, Punjab
— ANI (@ANI) April 16, 2022
ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ପଞ୍ଜାବରେ ଐତିହାସିକ ବହୁମତ ହାସଲ କରି ସରକାର ଗଠନ କରିବା ପରେ ଏବେ ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି । ପ୍ରତି ଘରକୁ ୩୦୦ ୟୁନିଟର ମାଗଣା ବିଜୁଳି ବିଦ୍ୟୁତ୍ ଯୋଗାଣ କରିବାକୁ ଘୋଷଣା କରାଯାଇଛି । ପଂଜାବ ଷ୍ଟେଟ୍ ପାୱାର କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଉପଲବ୍ଧ ଆକଳନ ମୁତାବକ, ରାଜ୍ୟରେ ମୋଟ ୭୩.୮୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ୬୨.୨୫ ଲକ୍ଷ ଲୋକଙ୍କର ମାସିକ ବିଦ୍ୟୁତ୍ ଖର୍ଚ୍ଚ ୩୦୦ ଓ ତାଠାରୁ କମ୍ । ଏମାନେ ସରକାରଙ୍କ ଦ୍ୱାରା ଘୋଷିତ ଯୋଜନା ଦ୍ୱାରା ବେଶ ଉପକୃତ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/1-31.jpg)