ପଞ୍ଜାବରେ ନକଲି କେଜ୍ରିୱାଲ ! ଜାଣନ୍ତୁ… ରାଲି ସମୟରେ କାହିଁକି ଏମିତି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ 

189

କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ପଞ୍ଜାବ ରାଜନୀତି  । ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଲୋକଙ୍କ ନିକଟତର ହୋଇ କିଭଳି ଭୋଟବ୍ୟାଙ୍କ ହାତେଇବେ ସେନେଇ ପ୍ରୟାସ ଜୋରଦାର ହୋଇଛି । ଆଉ ଏଥିରୁ ବାଦ୍ ପଡିନି ଆମ ଆଦମୀ ପାର୍ଟି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଜାବ ମୋଗାରେ ମେଗା ସୋ’ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବରେ ରାଲି କରିବା ସହ କେଜ୍ରିୱାଲ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯଦି ପଞ୍ଜାବରେ ଆମ ଆଦମି ପର୍ଟି ସରକାର ଗଢେ ତେବେ ପ୍ରତ୍ୟେକ ମହିଲାଙ୍କ ଖାତାକୁ ଏକ ହଜାର ଟଙ୍କା ପଠାଯିବ ବୋଲି ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅରବିନ୍ଦ କେଜ୍ରାୱାଲ । ଏହି ଘୋଷଣା କରିବା ସହ ନାଁ ନନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ଟାର୍ଗେଟ୍ କରିଛନ୍ତି ।

ରାଲିରେ କେଜ୍ରିୱାଲ ଚନ୍ନୀଙ୍କ ନାଁ ନନେଇ କହିଛନ୍ତି, ମୁଁ ଦେଖୁଛି ପଞ୍ଜାବରେ ଜଣେ ନକଲି କେଜ୍ରିୱାଲ ବୁଲୁଛି । ମୁଁ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉଛି, ଦୁଇଦିନ ପରେ ସେ ମଧ୍ୟ ଲୋକଙ୍କୁ ସମାନ ପ୍ରତିଶ୍ରୁତି ଦେଉଛି । କିନ୍ତୁ କୌଣସି କାମ କରୁନାହିଁ । ବିଜୁଳି ବିଲ ଫ୍ରି ଠାରୁ ଆରମ୍ଭ କରି ସ୍ୱାସ୍ଥ ସେବା କ୍ଷେତ୍ରରେ ଲୋକଙ୍କୁ କେବଳ କେଜ୍ରିୱାଲ ହିଁ ସୁବିଧା ଦେଉଛି । ଅସଲି କେଜ୍ରିୱାଲ ପ୍ରତିଶ୍ରୁତି ଦିଏ ତାକୁ ପୂରା ବି କରେ । ତେଣୁ ନକଲି କେଜ୍ରିୱାଲଠୁ ବଞ୍ଚିକି ରୁହନ୍ତୁ ସମସ୍ତେ ।

ରାଲିରେ କେଜ୍ରିୱାଲା ଏହା ମଧ୍ୟ କହିଛନ୍ତି କି, ରାଜ୍ୟରେ ଅନେକ ଝିଅ ଅଛନ୍ତି, ଯେଉଁମାନେ ସ୍କୁଲ କଲେଜ ଯାଇପାରୁ ନାହାନ୍ତି । କିନ୍ତୁ ଆଗକୁ ଏପରି ହେବନି । ସମସ୍ତେ ସ୍କୁଲ ଯିବେ । ଆପ ସରକାର ଆସିଲେ ମହିଳାଙ୍କୁ ଶକ୍ତି ମିଳିବ